pakka

ଦଶହରା ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ଯୁବନେତା କଳିକେଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶହରା ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ନିଜ ପତ୍ନୀଙ୍କ ସହ ଯୁବନେତା ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ । ଦେଓଗାଁ ତଥା ବଲାଙ୍ଗିର ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ସେ ମା’ ଦୁର୍ଗାଙ୍କ ଆଶୀର୍ବାଦ ଗ୍ରହଣ କରିଥିବା ବେଳେ ତାଙ୍କ ସହ ବହୁ ବିଜେଡ଼ି କର୍ମକର୍ତ୍ତାମାନେ ସାମିଲ୍‌ ଥିବା ଦେଖିବାକୁ ମିଳିଛି । ମା’ ଦୁର୍ଗା, ମା’ ସମଲେଶ୍ୱରୀ, ମା’ ପାଟଣେଶ୍ୱରୀ ବଲାଙ୍ଗିରବାସୀଙ୍କ ପାଇଁ ସୁଖ ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି । ଜଗତ୍‌ ଜନନୀ ମା’ ଦୁର୍ଗାଙ୍କ ପର୍ବ ସମୟରେ ବଲାଙ୍ଗିର ସହର ଖୁବ୍‌ ସୁନ୍ଦର ଦେଖାଯାଉଥିବା ସେ କହିଛନ୍ତି ।

jay balangir
Leave A Reply

Your email address will not be published.

ten + 6 =