csstore

ଆଗଲପୁର ଅଞ୍ଚଳରେ ଚାଷୀଙ୍କୁ ଘାରିଲାଣି ଦନ୍ତା ହାତୀ ଭୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକରେ ବର୍ତ୍ତମାନ ଚାଷୀଙ୍କୁ ଘାରିଲାଣି ଦନ୍ତା ହାତୀ ଭୟ । ଚାଷୀ ଖରିଫ ଋତୁରେ ଚାଷକରି ବର୍ଷକର ରୋଜଗାର ସହିତ ଖାଦ୍ୟ ସଂଗ୍ରହ କରିଥାଏ । ସେଥିରେ ପୁଣି ସାର, ବିଷ, ବିହନ ଓ କୃଷିଯନ୍ତ୍ରପାତି ଦ୍ଵାରା ଅନ୍ୟ ଲୋକଙ୍କ ଉପରେ ନିର୍ଭର କରିଥାଏ । କାଲି ଠୁ ଏକ ଗୋଠ ଛଡ଼ା ଦନ୍ତା ହାତୀ ପଶି ଆସିଛି ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକର ସାଲେଭଟା ଫରେଷ୍ଟ ଅଫିସର ବଦଟିକା ଅଞ୍ଚଳକୁ ଏବଂ ଏହି ଦନ୍ତା ହାତୀ ରୁଗୁଡ଼ିଖାଲ, ନେଗିପାଲି, ବାଦିବାହାଲ ଗ୍ରାମରୁ ସୋନପୁର ଅଞ୍ଚଳର ରାମେଇ ପାହାଡ ଚହଟା ଖୋଲରେ ହାତୀ ରହିଛି । ତେଣୁ ଚାଷୀମାନେ ବର୍ତ୍ତମାନ ଚିନ୍ତାରେ ପଡ଼ିଯାଇଛନ୍ତି । ଧାନ ଅମଳ ସମୟ ହୋଇ ଆସିଲାଣି, ପ୍ରତିବର୍ଷ ହାତୀ ଆକ୍ରମଣରେ ଏହି ଅଞ୍ଚଳର ଅନେକ ଚାଷୀଙ୍କ ଜୀବନ ଯାଇଛି, ଧାନ ମଧ୍ୟ ନଷ୍ଟ କରିଦିଅନ୍ତି । ଏଣୁ ବେଳ ଥାଉ ଥାଉ ବନ ବିଭାଗ ସଜାଗ ରହି ହାତୀକୁ ଘୋଉଡ଼ାଇବାକୁ ସକ୍ଷମ ହେଲେ ଚାଷୀ ଖୁସି ହୁଅନ୍ତେ ବୋଲି ଜଣାଇଛନ୍ତି ।

jayashree
Leave A Reply

Your email address will not be published.