csstore

ଲକ୍ଷ୍ମୀମୁଣ୍ଡାରେ ଗଣେଶ ପୂଜା ଉପଲକ୍ଷେ ଡେନ୍ସ ପ୍ରତିଯୋଗିତା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଗେର୍ଡା ପଞ୍ଚାୟତ ଲକ୍ଷ୍ମୀମୁଣ୍ଡା ଗ୍ରାମର ଗଣେଶ ପୂଜା କମିଟିଙ୍କ ଆନୁକୂଲ୍ୟରେ ଏକ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗେର୍ଡା ପଞ୍ଚାୟତ ସମିତି ସଭ୍ୟ ମୋହନ ପଣ୍ଡା ମୁଖ୍ୟ ଅତିଥି, ୱ।ର୍ଡ ମେମ୍ବର ଜିତରାମ ବରିହା, ଗ୍ରାମ୍ୟ କମିଟି ସଂପାଦକ ଦୂର୍ଯ୍ୟୋଧନ ବରିହା, ସ୍ୱେଛାସେବୀ ଅନୁଷ୍ଠାନ ଜୀବନ୍ୟାସ ଲକ୍ଷ୍ମୀମୁଣ୍ଡା ସଂପାଦକ ମିନକେତନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଅଗ୍ରପୂଜ୍ୟ ଗଣେଶଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା କରାଯାଇଥିଲା । ସମ୍ବଲପୁରୀ ନୃତ୍ୟ, ସଂଗୀତ, ଭଜନ, ଗ୍ରୃପଡେନ୍ସ ଆଦି ନୃତ୍ୟ ପରିବେଷଣ ହୋଇଥିଲା । ଗ୍ରୃପଡେନ୍ସରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଗଙ୍ଗାସାଗର, ଦ୍ଵିତୀୟ ସ୍ଥାନ ଭଇଁଷା, ବନକାବିହର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ମାନପତ୍ର ଓ ପୁରସ୍କାର ରାଶି ପ୍ରଥମ ୩୦୩୦, ଦ୍ବୁତିୟ ୨୦୩୦, ତୃତୀୟ ୧୦୧୦ ଦେଇ ସମ୍ମାନିତ କରିଥିଲେ । ଜୀବନ୍ୟାସର ସଂପାଦକ ମିନକେତନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହ ଆମ କଳା ସଂସ୍କୃତି ଆମ ପରମ୍ପରା ଉପରେ ବିଶଦ ଭାବରେ ଆଲୋକପାତ କରିଥିବା ବେଳେ କରୋନା କଟକଣା ନିୟମ ମାନି ଚାଲିବାକୁ ପରାମର୍ଶ ଦେବା ସାଙ୍ଗକୁ ନୂଆଁଖାଇ ଶୁଭେଚ୍ଛା କୃତଜ୍ଞତା ଜ୍ଞାପନ କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିବା ବେଳେ ରମେଶରଣା ମଞ୍ଚ ପରିଚାଳନା କରିଥିଲେ । ଡେନ୍ସ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଜଜ୍ ଭାବରେ ବାଳିପଟାର ରୀମା ବାଗ, ଦୁନ୍ଧେଲର ଦିଲିପ କୁମାର ବର୍ଗେ ଦାୟିତ୍ଵ ନିର୍ବାହ କରିଥିଲେ । ଗଶେଷ ପୂଜା କମିଟି ଓ ଗ୍ରାମବାସୀ ସହଯୋଗ କରିଥିବା ବେଳେ ଜୀବନ୍ୟାସ ସଂପାଦକ ମିନକେତନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.