om academy

ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

jsm
  • ପ୍ରେସ ମିଟ୍‌ ଡାକି ଭାନୁମତୀ ରେଡ୍ଡୀ ଉପରିସ୍ଥ କୋର୍ଟର ଆଶ୍ରୟ ନେବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଚମାଖଣ୍ଡିଠାରେ ଲଗାତାର ଭାବେ ବିକ୍ଷୋଭ ପ୍ରଦର୍ଶନ ଜାରି ହୋଇ ଟାଟା ବିରୋଧୀ ଆନ୍ଦୋଳନ ଘଟିଥିବା ବେଳେ ଏକ ବୋମା ବିସ୍ପୋରଣ ହୋଇଥିଲା । ଏହି ସମୟରେ ସିନ୍ଧିଗାଁ ନିକଟରେ ଏକ କମ୍ୟୁନିଟି ହଳରେ ଜିଲ୍ଲା ପ୍ରଶାସନକୁ ନେଇ ମିଟିଙ୍ଗ ଚାଲିଥିଲା ବୋଲି କୁହାଯାଇଛି । ସେତେବେଳେ ତତ୍କାଳୀନ ଜଣେ ମହିଳା ଆଇ.ଏ.ଏସ୍. ଅଫିସର ଶ୍ରୀମତୀ ଚିତ୍ରା ଅରୁମଗମ ଉପ-ଜିଲ୍ଲାପାଳ ଥିଲେ । ତାଙ୍କୁ ସୁରକ୍ଷା ଦେବାକୁ ଯାଇ ଘଟଣା ସ୍ଥଳରେ ଜଣେ ପୋଲିସ ଅଫିସର ରିଜର୍ଭ ଇନ୍ସପେକ୍ଟର ବିନୋବା ମେହେରଙ୍କ ମୃତ୍ୟୁ ଘଟିଥିଲା । ସୂଚନା ଥାଉକି, ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଭାବେ ସନ୍ତୋଷ ଶତପଥୀ ଅବସ୍ଥାପିତ ଥିଲେ ବୋଲି କୁହାଯାଏ । ସେତେବେଳେ ଦୀର୍ଘଦିନର ଚାଷୀ ଓ ପୋଲିସ ପ୍ରଶାସନ ମଧ୍ୟରେ ଏକ ବୃହତ୍ତର ଆନ୍ଦୋଳନ ଦେଖଦେଇଥିଲା । ଦୀର୍ଘଦିନର ବିରାଟ ଖଣ୍ଡ ଯୁଦ୍ଧରେ ଅନେକଙ୍କ ଜୀବନ ହାନି ଘଟିଥିଲା ।ତେବେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ଘଟଣାର ୨୫ ବର୍ଷ ପରେ ଆଜି ମାନ୍ୟବର କୋର୍ଟଙ୍କ ଚୂଡାନ୍ତ ରାୟ ପ୍ରକାଶ ପାଇଛି । ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସହ ସହଯୋଗୀଙ୍କୁ ଦଣ୍ଡିତ କରାଯାଇଛି । ରାୟ ପ୍ରକାଶ ବେଳେ ସମସ୍ତ ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇଥିଲେ । ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ମାନ୍ୟବର ବ୍ରହ୍ମପୁର ଏଡିଜେ-୩ ଶ୍ରୀମାନ ରାଜ କୁମାର ଦାସ ଯାହାଙ୍କୁ କି ଏହି ଆଜୀବନ ଜେଲ ଦଣ୍ଡାଦେଶ ସୋମବାର ଶୁଣାଇଛନ୍ତି ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ୧୯୯୮ ମସିହାରେ ଟାଟା କମ୍ପାନୀ ପାଇଁ ଜମି ଅଧଗ୍ରହଣ ସମୟରେ ଘଟିଥିବା ଏକ ହତ୍ୟାକାଣ୍ଡର ମାମଲା ସଂକ୍ରାନ୍ତରେ କୋର୍ଟ ବିଚାର ଶୁଣାଣି ହୋଇଛି । ଏହି ହତ୍ୟାକାଣ୍ଡରେ ଗଞ୍ଜାମ ପୋଲିସ ମୁଖ୍ୟାଳୟ ଛତ୍ରପୁରଠାରେ ଅବସ୍ଥାପିତ ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ଘଟିଥିବାର ପୋଲିସ ରେକର୍ଡ ଅଛି । ସେତେବେଳେ ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ସହଯୋଗୀଙ୍କ ନାମରେ ପୋଲିସରେ ମାମଲା ରୁଜୁ ହୋଇ କେସ୍ ଚାଲିଥିଲା । ଏହି ଘଟଣାର ୨୫ ବର୍ଷ ପରେ ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଥିବା ଜଣାଯାଇଛି । ଯାହାକି, ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରୁ କଡ଼ା ସୁରକ୍ଷା ଭିତରେ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି । ମକଦ୍ଧମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ଏହି ସୂଚନା ଦେଇଛନ୍ତି । ଦୋଷୀଙ୍କ ଭିତରେ ଜଣେ ପକ୍ଷାଘାତ ରୋଗୀ ରହିଥିବା ମଧ୍ୟ ସୂଚନା ମିଳିଛି । ଅନ୍ୟପକ୍ଷରେ ଛତ୍ରପୁର ସ୍ଥିତ ଲକ୍ଷ୍ମଣା ଭବନରେ ଶ୍ରୀ ରେଡ୍ଡୀଙ୍କ ଧର୍ମପତ୍ନୀ ତଥା ଗଣସଂଗ୍ରାମ ସମିତିର ଅନ୍ୟତମ ନେତ୍ରୀ ଶ୍ରୀମତୀ ଏନ୍. ଭାନୁମତି ରେଡ୍ଡୀ ଏକ ପ୍ରେସ ମିଟ ଡକାଇ ମାନ୍ୟବର କୋର୍ଟଙ୍କ ଏହା ଉଚିତ ନ୍ୟାୟ ଦେଇନାହାନ୍ତି । ଯାହାକି ଆମ୍ଭେ ଉପରିସ୍ଥ କୋର୍ଟ, ହାଇକୋର୍ଟ, ସୁପ୍ରିମକୋର୍ଟର ଆଶ୍ରୟ ନେବୁ ଆମେ ନ୍ୟାୟ ପାଇଁ ଲଢ଼ିବୁ ବୋଲି କହିଛନ୍ତି ।

Leave A Reply

Your email address will not be published.

17 − 8 =