oum

ରହେନମାଲ ଠାରେ ଡକାୟତି : ପୋଲିସର ତନାଘନା

jsm

ପାଟଣାଗଡ଼, (ଅଶୋକ କୁମାର ବାଗ) : ବର୍ତ୍ତମାନର ଏକ ବଡ଼ ଖବର ପୁଣି ପାଟଣାଗଡ଼ ଥାନା ଅଞ୍ଚଳରେ ଡକାୟତି । କିଛିଦିନ ହେଲା ପାଟଣାଗଡ଼ ଅଞ୍ଚଳରେ ଚୋରି ଡକାୟତି ବଢ଼ି ଚାଲିଥିବା ବେଳେ ଆଜି ଅଭିନବ ଉପାୟରେ ଏକ ଡକାୟତି ହୋଇଛି । ପାଟଣାଗଡ଼ ଥାନା ସାଲେପାଲି ପଞ୍ଚାୟତ ରହେନମାଲ ଗାଁର କପଡା ବେପାରୀ କ୍ଷୀରସିନ୍ଧୁ ମେହେରଙ୍କ ଘରେ ହୋଇଛି ଡକାୟତି । ଘର ବାଡ଼ ଦେଇ ଘରକୁ ପଶି ଡକାୟତ କରିଥିବା ସୂଚନା ରହିଛି । ଡକାୟତ ମାନେ କିଛି କେମିକାଲ୍‌ ସ୍ପ୍ରେ ମାରି ଲୁଟ କରିଥିବା ଯାହା ସୂଚନା ମିଳିଛି । ଡକାୟତ ମାନେ ପାଖାପାଖି ୯ ଭରି ସୁନା, ୩ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଇଛନ୍ତି । କିଛି ଦିନ ହେଲା ପାଟଣାଗଡ଼ ଅଞ୍ଚଳରେ ଚୋରି ଡକାୟତି ବଢ଼ି ବଢ଼ି ଚାଲିଥିବା ବେଳେ ଲୋକ ଆତଙ୍କିତ ଅଛନ୍ତି । ପୋଲିସ ପ୍ରଶାସନ ଏନେଇ ତତ୍ପରତା ଦେଖାଇବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.