pakka

କୁଡାସିଂହା ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚଙ୍କ ଦାୟିତ୍ଵ ଗ୍ରହଣ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ କୁଡ଼ାସିଂହା ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଭାବେ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ସାହୁ ଆଜି ଦାୟିତ୍ଵ ନେଇଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମ ମୋହନ ବଢେଇଙ୍କ ଉପସ୍ଥିତିରେ ପୂର୍ବ ସରପଞ୍ଚ କପିଳ ନନ୍ଦଙ୍କଠାରୁ ଦାୟିତ୍ଵ ନେଇଛନ୍ତି । ଏହାପରେ ପଞ୍ଚାୟତର ସମସ୍ତ ଗାଁର ସମସ୍ତ ହିତାଧିକାରୀଙ୍କ ପାଖକୁ କିଭଳି ପିଡ଼ିଏସ୍‌ ଚାଉଳ, ପାଣି ସହ ଭତ୍ତା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବା ସହ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାମ କରିବା ନେଇ କହିଛନ୍ତି । ଏହି ଅବସରରେ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ସହ ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ନୂତନ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ସାହୁଙ୍କୁ ସ୍ଵାଗତ କରିଥିଲେ ।

jay balangir
Leave A Reply

Your email address will not be published.

17 − two =