pakka

ପଞ୍ଜାବରେ ଆପ୍‌ର ବାଜିମାତ : ବରଗଡରେ ବିଜୟ ଉତ୍ସବ

bbehera

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଂଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ଆକର୍ଷଣୀୟ ବିଜୟ ପରେ ଏହାର ପ୍ରଭାବ ବରଗଡରେ ଦେଖିବାକୁ ମିଳିଛି । ସ୍ଥାନୀୟ ଗାନ୍ଧୀଛକ ଠାରେ ଆପ୍‌ର ସମର୍ଥକମାନେ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଛନ୍ତି । ପଂଜାବର ନିର୍ବାଚନ ଫଳ ସାରା ଦେଶରେ ସକରାତ୍ମକ ରାଜନୈତିକ ବାତାବରଣ ସୃଷ୍ଟି କରିବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଦିଲ୍ଲୀ ମଡେଲର ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି ଭଳି କାମକୁ ପଂଜାବରେ ସ୍ବୀକୃତି ମିଳିଛି । ପୌର ନିର୍ବାଚନରେ ମଧ୍ୟ ଆପ୍‌କୁ ସମର୍ଥନ ମିଳିବ ବୋଲି ଶ୍ରୀ ସାହୁ କହିଥିଲେ । ଏଥିରେ ଅମିତାଭ ପାତ୍ର, ମାରିୟମ ବାର୍ଲା, ସ୍ବରୂପ ଭୋଇ, ରମେଶ ପତି, ଅସିତ ସାହୁ, ପବିତ୍ର ଦେହେରୀ, କାଉନସିଲର ପ୍ରାର୍ଥୀ ଅଲିମ(୭), ଅଭୟ ସାମଲ (୧୮), ସିଲାସ ଲୁଗୁନ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

11 + 10 =