csstore

ପୁଇଁନ୍ତଲା ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବୀପତ୍ର ପ୍ରଦାନ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନସନ ଯୋଜନା ଭୁକ୍ତ) ଭୁବନେଶ୍ୱର ଡାକରାରେ ପୁଇଁନ୍ତଲା ବ୍ଲକ ତରଫରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବୀପତ୍ର ପୁଇଁନ୍ତଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ବାଦଳ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କୁ ସମସ୍ତ ଠିକା କର୍ମଚାରୀଙ୍କ ଭଳି ୬ ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ଇନ୍‌କ୍ରିମେଣ୍ଟ ଦେଇ ଗଣନା, ସମସ୍ତଙ୍କୁ ପୁରୁଣା ପେନସନ ପ୍ରଦାନ ତଥା କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଇଛି । ଦାବୀପତ୍ର ଦେବା ବେଳେ ପୁଇଁନ୍ତଲା ବ୍ଲକର ଶିକ୍ଷକ ପ୍ରତିନିଧି ଅନିଲ କୁମାର ରଣା, ଦେବେନ୍ଦ୍ର କୁମାର ବିଶ୍ୱାଲ, ବଦ୍ରିନାରାୟଣ ମିଶ୍ର, ସୁନିଲ ସରବଂଶ, ଯଜେ୍ଞଶ୍ୱର ସାହୁ, ସଂଜୟ ନାରାୟଣ ଗୁରୁ, ସନ୍ଦୀପ ଦାଶ, ରମାକାନ୍ତ ସାହୁ, ଯଜ୍ଞମଣି ଥନାପତି ପ୍ରମୁଖ ଉପସ୍ଥିତ ଥଲେ ।

jayashree
Leave A Reply

Your email address will not be published.