csstore

ଆଞ୍ଚଳିକ କୃଷକ ଶ୍ରମିକ ସଂଘ ପକ୍ଷରୁ ବୀମାରାଶି ମିଳିବା ନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଆଞ୍ଚଳିକ କୃଷକ ଶ୍ରମିକ ସଂଘ ସଭାପତି ଗୋବର୍ଦ୍ଧନ ଭୂଏଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବୀ, ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ଅଙ୍ଗ ନଦୀବନ୍ଧ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଉପ ଜିଲ୍ଲାପାଳ ପଦ୍ମପୁରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଥିଲେ । ପଦ୍ମପୁର ସବଡିଭିଜନ ଅନ୍ତର୍ଗତ ଅନେକ ଶିକ୍ଷିତ ଯୁବକ ନିଜ ନାମ ପଞ୍ଜିକରଣ ପାଇଁ ପଦ୍ମପୁର ସବ ରେଜିଷ୍ଟ୍ରାର ଅଫିସ ନ ଥିବାରୁ ବରଗଡ଼ ଯାଇ ଖର୍ଚ୍ଚାନ୍ତ ଏବଂ ହଇରାଣ ହେଉଛନ୍ତି, ସେଥିପାଇଁ ଆଜି ବୁରୋମୁଣ୍ଡା, ଫିରିଙ୍ଗିମାଳର ଯୁବକମାନଙ୍କ ସହ ଉପ ଜିଲ୍ଲାପାଳଙ୍କୁ ପଦ୍ମପୁରରେ ସବରେଜିଷ୍ଟ୍ରାର ଅଫିସ ଖୋଲିବାକୁ ଦାବୀ କରିଥିଲେ । ଆଗାମୀ ଦିନରେ ଯଦି ଦାବୀ ପୁରଣ ନ ହୁଏ ତେବେ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

jayashree
Leave A Reply

Your email address will not be published.