pakka

ମମିତା ମେହେର ହତ୍ୟା ଘଟଣା : ମେହେର ସମାଜ ପକ୍ଷରୁ ୧୦ କିଲୋମିଟର ପଦଯାତ୍ରା, ସାତ ଦଫା ଦାବୀପତ୍ର ପ୍ରଦାନ

bbehera

ନୂଆପଡା, (ନିରାକାର ମେହେର) : ମହଲିଙ୍ଗ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଦୋଷୀଙ୍କୁ ଫାଶୀ ଏବଂ ମନ୍ତ୍ରୀଙ୍କୁ ବହିଷ୍କାର ଦାବୀରେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଳା ଗ୍ରାମଠାରେ ମେହେର ସମାଜ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତୁକଳାଠାରୁ ଖଡ଼ିଆଳ ପର୍ଯ୍ୟନ୍ତ ପଦଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଖଡ଼ିଆଳ ଅତିରିକ୍ତ ତହସିଲଦାରଙ୍କୁ ଏକ ସାତ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ପଦଯାତ୍ରା ତୁକଳାଠାରୁ ଖଡ଼ିଆଳ ସମଲେଶ୍ଵରୀ ପୀଠସ୍ଥଳୀ ଏବଂ ଖଡ଼ିଆଳ ନଗର ପରାକ୍ରମା କରି ଥାନା ସମ୍ମୁଖରେ ପହଞ୍ଚଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଦାବୀପତ୍ର ପ୍ରଦାନ କରିଛନ୍ତି । ସାତ ଦଫା ଦାବୀ ଗୁଡିକ ହେଲା ମୁଖ୍ୟ ଅଭିଯୁକ୍ତଙ୍କୁ ଫାଶୀ, ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ, ସନ୍ଧେହରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର, ମମିତାଙ୍କ ପରିବାରଙ୍କୁ ୨ କୋଟି ଟଙ୍କା କ୍ଷତିପୂରଣ, ମମିତା ପିତାଙ୍କୁ ଏକ ସରକାରୀ ଚାକିରି ପ୍ରଦାନ, ଗୋବିନ୍ଦ ସାହୁଙ୍କ ସମ୍ପତିକୁ ଜବତ କରନ୍ତୁ ବୋଲି ଦାବୀ କରିଛନ୍ତି । ଏହି ପଦଯାତ୍ରାରେ ଲିଙ୍ଗରାଜ ମେହେର, ଦେବିଚାରଣ ମେହେର, ହୀରାଧାର ମେହେର, ଜିତେନ୍ଦ୍ର ମେହେରଙ୍କ ସହ ଶତାଧିକ ଯୁବକ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

17 − 9 =