୨ ମାସ ହେବ ଅନ୍ଧାରରେ ଭୋଇରପଡ଼ା ଗ୍ରାମବାସୀ : ବିଭାଗୀୟ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଭୋଇରପରା ଗାଁର ଲୋକେ ୨ ମାସ ହେବ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଅନ୍ଧାରରେ ଦିନ କାଟୁଛନ୍ତି । ଅନେକ ଥର ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ଠାରେ ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ହେଲେ ଶୁଣିବା ପାଇଁ ପ୍ରଶାସନ ନାରାଜ । ଅନ୍ୟପଟେ ସ୍କୁଲ ବନ୍ଦ ଥିବା ବେଳେ ସରକାରଙ୍କ ଅନଲାଇନ ପାଠ ପଢିବାରୁ ଅନେକ ଛାତ୍ରଛାତ୍ରୀ ମଧ୍ୟ ଏହି କାରଣରୁ ବଞ୍ଚିତ ହେଉଛନ୍ତି । କାରଣ ଗାଁ ଲୋକେ ଅନ୍ଧାରରେ ଜୀବନ କାଟୁଛନ୍ତି । ତେବେ ଗତକାଲି କୋଶଲ କମିଟି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କୁ ଶାନ୍ତନୁ ରଣା, ପପୁନ କୁମାର ବକୁଳ, କାନ୍ତ ବାଗ, ରଞ୍ଜନ ବୁଡେକ, ପିତ ବାସ ପୋଢ଼ ସମେତ ଗ୍ରାମବାସୀ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ତୁରନ୍ତ ଟ୍ରାନ୍ସଫର୍ମର ନ ଲଗାଇଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

7 + twenty =

error: Content is protected !!