csstore

ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ତୀର୍ଥରେ ସେବାଶ୍ରମରେ ଜନ୍ମ ଦିନ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ସ୍ଥିତ ଦେଓଗାଁ ସେବାଶ୍ରମ ସପ୍ତର୍ଶି ଗୁରୁକୂଳକୁ ଗତକାଳଇ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମ ତିଥିରେ ଅନାଥ ଶିଶୁ ଓ ବିଜେଡି କର୍ମୀ ମାନଙ୍କ ଉପସ୍ଥିତ ପାଳନ କରାଯାଇଥିଲା । ଏହି ସେବା ଶ୍ରମରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବା ସହ ଉନ୍ନତି କରଣ ପାଇଁ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ପ୍ରତିଶୃତି ଦେଇଥିବା ବେଳେ ସେବା ଶ୍ରମରେ ରହୁଥିବା ପିଲାଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ମନ୍ତ୍ରୀ ଶ୍ରୀମତୀ ସାହୁ । ଏଥିରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ, ରାଜ କିଶୋର ଡାଙ୍ଗ, ରାଜେଶ ବେହେରା, ସ୍ଥାନୀୟ ପୂର୍ବତନ ସରପଞ୍ଚ ତଥା ବ୍ଳକ ବିଜେଡି ବ୍ଳକ ସଭାନେତ୍ରୀ ଯାଜ୍ଞସେନୀ ରାଜପଲିଆ, ବ୍ଳକ ବିଜେଡି ସଭାପତି ଦିଲୀପ ରାଜ ପଲିଆ, ଟୁନୁ ରାଜପଲିଆ, ସମିତି ସଭ୍ୟ ସୁବାଷ ବୁଡେକ, ରଜନୀ କାନ୍ତ ଦାସ ସମେତ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.