ମା’ ଦୁର୍ଗା ମଣ୍ଡପରେ ଶ୍ରୀ ସତ୍ୟସାଇ ଭଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଣ୍ଡୋସିଲ ଭଜନ ମଣ୍ଡଳୀର ପ୍ରଚେଷ୍ଟାରେ ବିଜୟା ଦଶମୀ ଦିନ ଶ୍ରୀ ସତ୍ୟସାଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାଣ୍ଡୋସିଲ, ଛିନ୍ଦେଇକେଲା, ପାଇକମାଲର ପ୍ରାୟ ଶତାଧିକ ଭକ୍ତ ଉପସ୍ଥିତ ଥିଲେ । ଯୋଗେନ୍ଦ୍ର ଦଣ୍ଡସେନା ମଞ୍ଚ ପରିଚାଳନା କରିଥିବା ବେଳେ ବାବାଙ୍କ ଜୀବନୀ, ଆଦର୍ଶ ଏବଂ ସଂଗଠନ ଉପରେ ଆଲୋଚନା କରିଥିଲେ ସନ୍ତୋଷ ପାଢ଼ୀ ଓ ଲକ୍ଷ୍ମଣ ସାହୁ । ଆବାହକ ମାଣ୍ଡୋସିଲ ପଞ୍ଚାନନ ସାହୁ, ଆବାହକ ଛିନ୍ଦେଇକେଲା ଜିତୁ ସାହୁ, ଶେଖର ସେଠ, ନିରୋଜ ସାହୁ, ଶରତ ହଂସ, ଅରୁଣା ସାହୁ, ହାରାବତୀ ଦଣ୍ଡ ସେନା, ଗୀତା ସାହୁ, ବୀଣା ସାହୁ, ନବୀନ ଦଣ୍ଡସେନା ପ୍ରମୁଖ ଭଜନ କାର୍ଯ୍ୟକ୍ରମ କରିଥିଲେ । କମିଟି ତରଫରୁ ସମସ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ହୋଇଥିଲା ।

Leave A Reply

Your email address will not be published.

12 + six =