oom

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଗୁଡିଆ ସମାଜର ଦାବୀପତ୍ର : ଜାତି ଭିତ୍ତିକ ଜନଗଣନା ସହ ୨୭ ପ୍ରତିଶତ ସଂରକ୍ଷଣ ଦାବୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ମଧୁବୈଶ୍ୟ(ଗୁଡିଆ) ସମାଜର ବୈଠକରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ସମାଜ ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ର ଅନୁସାରେ ମଣ୍ଡଳ ଆୟୋଗ ଅନୁଯାୟୀ ଓବିସି ସଂଖ୍ୟା ୫୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହା ଉପରେ କୌଣସି ପ୍ରାମାଣିକ ତଥ୍ୟାବଳୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପାଖରେ ନ ଥିବାରୁ ଆସନ୍ତା ୨୦୨୧ ଜନ ଗଣନାରେ ଓବିସି ତଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସହ ଜାତି ଭିତ୍ତିକ ଜନଗଣନାକୁ ଅନ୍ତର୍ଭୁକ୍ତ କରିବା ପାଇଁ ବଲାଙ୍ଗିର ଜିଲ୍ଲା ମଧୁବୈଶ୍ୟ(ଗୁଡିଆ) ସମାଜ ଜିଲ୍ଲା ପ୍ରଶାସନ ଠାରେ ଦାବୀ ଉପସ୍ଥାପନ କରିଛି । ପୁନଶ୍ଚ ଜାତି ଭିତ୍ତିକ ଜନଗଣନା କରି ଓଡିଶା ସରକାର ବିଭିନ୍ନ ରାଜନୈତିକ , ସାମାଜିକ, ·କିରି ଇତ୍ୟାଦି କ୍ଷେତ୍ରରେ ଓବିସିମାନଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ସକାଶେ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସାଂସଦରେ ଜାତି ଭିତ୍ତିକ ଜନ ଗଣନା କରିବାକୁ ଘୋଷଣା କରାଯାଇଥିଲା ଏବଂ ଏ ସମ୍ବନ୍ଧରେ ପଛୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ୨୭ ପ୍ରତିଶତ ଦେବା ପାଇଁ ଜାତୀୟ ଆୟୋଗ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲା । ସମାଜର ଜିଲ୍ଲା ସଭାପତି ମନୋରଂଜନ ସାହୁଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ଜୟକୃଷ୍ଣ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ଅନୁପ ଚୋପଦାର, ଦିବ୍ୟସିଂ ସାହୁ ତଥା ଆଶିଷ କୁମାର ସାହୁଙ୍କ ସହ ସମାଜ ତରଫରୁ ନିମନ୍ତ୍ରିତ ହୋଇ ଆସିଥିବା ଓବିସି ମଂଚର ସଂପାଦକ ପ୍ରଦେଶୀ ବିଶ୍ୱାଲ ଓ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ ପ୍ରମୁଖ ଜିଲ୍ଲାପାଳ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.