jayashree

ବରଗଡ଼-ଝାରସୁଗୁଡ଼ା ରାଜମାର୍ଗ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଗଡକରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଲୋକସଭା କ୍ଷେତ୍ରରେ ଅବସ୍ଥିତ ବରଗଡ ଓ ଝାରସୁଗୁଡ଼ା ଜିଲ୍ଲାରେ ନିର୍ମିତ ହେବାକୁଥିବା ରାଜମାର୍ଗ ଗୁଡ଼ିକ ତ୍ୱରାନ୍ୱିତ କାର୍ଯ୍ୟ କରିବା ପାଇଁ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ଏନ୍‌ଏଚ୍‌ – ୪୯ ଝାରସୁଗୁଡ଼ାରୁ ଲଖନପୁର ୪ଟି ପ୍ରସ୍ତ ବିଶିଷ୍ଠ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ସମ୍ବଲପୁର – ସୋହେଲା ଏନ୍‌ଏଚ୍‌ – ୫୩ରେ କେତେକ ସ୍ଥାନରେ ଫ୍ଲାଇଓଭର ଓ ଅଣ୍ଡର ପାସ୍ କାର୍ଯ୍ୟ ପାଇଁ ଡିପିଆର୍ ପ୍ରସ୍ତୁତ କରିବା, କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ବରଗଡରୁ ବିଲାସପୁର ଭାୟା ଭଟଲି, ଆମ୍ବଭନା ରାସ୍ତା ଓ ସୋହେଲା – ବରପାଲି, ରାମପୁର- ସୋନପୁର ରାସ୍ତାର କାର୍ଯ୍ୟ ବ୍ୟୟକୁ ତ୍ୱରାନ୍ୱିତ କରିବା ପାଇଁ ବିଷୟରେ ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.