ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଠିକାଦାର ସଂଘର ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟ ବିଭାଗର ତା ୦୩.୦୧.୨୦୨୬ ସର୍କୁଲାର ନଂ ୦୭୭୬୪୬୦୦୦୨୨୦୨୫୧୭୩ କୁ ବାତିଲ କରିବା ସହ ୮ ଦଫା ଦାବି କାର୍ଯ୍ୟ ବିଭାଗ ସର୍କୁଲାରକୁ ତୁରନ୍ତ ବାତିଲ ଏବଂ ସର୍ବନିମ୍ନ ଟେଣ୍ଡର ମୂଲ୍ୟ ଏସ୍ଓଆରର ୦.୦୦% ତଳେ ଉଦ୍ଧୃତ ହେବ ନାହିଁ ବୋଲି ନିଶ୍ଚିତ କରିବା ପାଇଁ ଆଇନଗତ ବ୍ୟବସ୍ଥା କରାଯିବା ଦ୍ଵିତୀୟ ଦାବି କୋଡାଲ୍ ବ୍ୟବସ୍ଥା ଅନୁଯାୟୀ ଦରସୂଚୀ (ଏସ୍ଓଆର୍ )ର ସଂଶୋଧନ ଏବଂ ଚୂଡ଼ାନ୍ତକରଣ । ତୃତୀୟ ଦଫା ଗୋଟିଏ ରାଜ୍ୟ ଗୋଟିଏ ଆଇନ ନୀତି ଉପରେ ଆଧାରିତ ସମାନ କାର୍ଯ୍ୟଦକ୍ଷତା ମାନଦଣ୍ଡ ରଖାଯାଉ । ଚତୁର୍ଥ ଦାବିସ ଅଚଳ ଖଣିଜ ଖଣି ଗୁଡ଼ିକୁ ବାଦ ଦେଇ କାର୍ଯ୍ୟକ୍ଷମ କ୍ଷୁଦ୍ର ଖଣିଜ ଖଣି ଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବା ଏବଂ ଟେଣ୍ଡର ଜିନିଷ ଗୁଡ଼ିକରେ ଖଣିର ନାମ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା । ପଞ୍ଚମ ଦାବି ସଂକ୍ଷିପ୍ତ ଟେଣ୍ଡର ଆହ୍ୱାନ ନୋଟିସ୍ ଅନୁଯାୟୀ ସର୍ବାଧିକ ଟେଣ୍ଡର ମୂଲ୍ୟକୁ ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଉ । ଉକ୍ତ ଦାବି ଗୁଡ଼ିକ ଅତିଶୀଘ୍ର ସରକାର ପୂରଣ କଲେ ଅଟକି ରହିଥିବା କାମ ଆରମ୍ଭ ହେବା ସହ ଶ୍ରମିକ ନିଯୁକ୍ତି ହୋଇ ପାରିବା ନେଇ ଗଣ ମାଧ୍ୟମ ସମ୍ମୁଖରେ ଜଣାଇଥିଲେ ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଙ୍ଘ । ଆସନ୍ତା ୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ସାରା ଓଡିଶାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସମୟରେ ଜିଲ୍ଲା ଠିକାଦାର ସଂଘର ସଭାପତି ଜୟ ମାଧବ ମିଶ୍ର, ଉପ ସଭାପତି ରାମ ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ କୁଶ ସାହୁଙ୍କ ସମେତ ମିଡ଼ିଆ ସଂଯୋଜକ ସର୍ଜନ ବାରିକ, ସନ୍ତୋଷ କୁମାର ମିଶ୍ର, ଅମିୟ ରଞ୍ଜନ ଦାଶ, ସୁମିତ କୁମାର ପୂଝାରୀ, ସରତ କୁମାର ପଣ୍ଡା, ସୌମ୍ୟରଞ୍ଜନ ପ୍ରଧାନ, ବୈବସ୍ଵତ ସାମଲ, ନବୀନ ଦାସ, କିଶୋର କୁମାର ବିଶ୍ଵାଳ, ଶରତ ଚନ୍ଦ୍ର ମହାପାତ୍ର, ସୁଧିର କୁମାର ପଣ୍ଡା, ରାକେଶ ରଞ୍ଜନ ବାରିକ, ପ୍ରୟାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.