pakka

ଘୋରଡିଆରେ ନୂତନ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଓ ଘନିପୂର ପଞ୍ଚାୟତର ବିଭନ୍ନ ସ୍କୁଲରେ ବାରମ୍ବାର ଚୋରି ହେଉଛି । ଏନେଇ ପୋଲିସ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଚୋରି ସାମଗ୍ରୀ ଉଦ୍ଧାର ଅଥବା ଚୋରକୁ ଧରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହେଉଛି । ସେହିପରି ଘୋରଡିଆ ବଜାର ସମେତ ସ୍ଥାନୀୟ ଅଞ୍ଚଳରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି । ଏଥିସହିତ ବେଆଇନ ଭାବେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଛି । ଯାହାଫଳରେ ଯୁବପିଢି ନିଶା ସେବନ ଦ୍ଵାରା ପଥ ଭ୍ରଷ୍ଟ ହୋଇ ଚୋରି କରିବା ସହ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହି ଅଞ୍ଚଳର ଶାନ୍ତି ଶୃଙ୍ଖଳା ଭଙ୍ଗ କରୁଛନ୍ତି । ଡେଲାଙ୍ଗ ଥାନା ଓ ଫାଣ୍ଡି ଏଠାରୁ ୧୦-୧୨କିମି ଦୂର ହେଉଥିବାରୁ ସର୍ବଦା ପୋଲିସ ପେଟ୍ରୋଲିଂ କରିବା ଓ ସବୁ ଅଞ୍ଚଳ ପ୍ରତି ଦୃଷ୍ଟି ଦେବା ସମ୍ଭବ ହେଉନି ।ପୋଲିସ ଲୋକଙ୍କ ଧନ ଜୀବନ ସୁରକ୍ଷା ଦେବା ସହ ଅଞ୍ଚଳର ଶାନ୍ତି ଶୃଙ୍ଖଳା ରକ୍ଷା କରିଥାନ୍ତି । କିନ୍ତୁ ଏଠାରେ ତାହା ଫଳପ୍ରଦ ହେଉ ନଥିବା ଅଭିଯୋଗ ହେଉଛି । ସାଊରିଆ ଓ ଘନିପୂର ପଞ୍ଚାୟତରେ ବ୍ୟାପକ ବେଆଇନ ନିଶା କାରବାର ବୃଦ୍ଧି ହେତୁ ଚୋରି, ଡକାୟତି, ଗଣ୍ଡଗୋଳ, ଦୁର୍ଘଟଣା ଘଟିବା ଦିନକୁଦିନ ଶାନ୍ତି ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ଘୋରଡିଆ ଠାରେ ଏକ ଫାଣ୍ଡି ପ୍ରତିଷ୍ଠା କରାଗଲେ ଉଭୟ ପଞ୍ଚାୟତର ୧୦-୧୫ଟି ଗାଁ ଉପକୃତ ହେବେ ବୋଲି ସମାଜସେବୀ ଦିଲ୍ଲୀପ ଧାଉଡିଆ କହିଛନ୍ତି । ତୁରନ୍ତ ଏକ ନୂତନ ଫାଣ୍ଡି ପ୍ରତିଷ୍ଠା ପାଇଁ ସ୍ଥାନୀୟ ବିଧାୟକ ରୂଦ୍ରପ୍ରତାପ ମହାରଥୀଙ୍କୁ ଅଞ୍ଚଳବାସୀ ନିବେଦନ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

three × three =