
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିବା ବେଳେ ଏହି ଅବସରରେ ପରିଷଦର ମୁଖପତ୍ର ସୁଭାଷ ଚିନ୍ତନର ଚତୁର୍ଥ ବର୍ଷ ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ବଲାଙ୍ଗିରରେ ଆୟୁଷ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ପୃଷ୍ଠଭୂମି ଶୀର୍ଷକରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଆଜି ପୂର୍ବାହ୍ନରେ ବଲାଙ୍ଗିର ସହରର ଭଗବତୀ ନଗର ସ୍ଥିତ ଭଗବତୀ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ମୁଖ୍ୟ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଆବାହକ ବିରେନ୍ଦ୍ର ବନଛୋର୍ ମଧ୍ୟ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ସଭାପତି ଡଃ. ଜୟକୁମାର ଆଚାର୍ଯ୍ୟ ଯୋଗ ଦେଇ ସୁଭାଷ ଚିନ୍ତନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ପରିଷଦର ପ୍ରତିଷ୍ଠାତା ସଦସ୍ୟ ବିଶିଷ୍ଟ ଆଇନଜୀବୀ ଶଶୀଭୂଷଣ ପୁରୋହିତ ଯୋଗଦାନ କରି ବଲାଙ୍ଗିରର ସମ୍ଭାବନା ଓ ସଂଗ୍ରାମ ସଂପର୍କରେ ବିଶଦ୍ ଆଲୋଚନା କରିଥିଲେ । ଆଲୋଚକ ଚକ୍ରର ସମ୍ମାନନୀୟ ଆଲୋଚକ ଭାବେ ଆୟୁର୍ବେଦ ଡାକ୍ତର ବିପିନ ବିହାରୀ ମିଶ୍ର, ହୋମିଓପାଥି ଡାକ୍ତର ଗୋଦାବରୀଶ ରଥ ଏବଂ ଯୋଗ ଶିକ୍ଷକ ଶିବାନନ୍ଦ ଦାଶ ଯୋଗ ଦେଇ ବଲାଙ୍ଗିରରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଭିତ୍ତିଭୂମି ଓ ପୃଷ୍ଠଭୂମି ଅତ୍ୟନ୍ତ ସ୍ୱୀକାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ଏହି ଅବସରରେ ଡା. ବାସୁଦେବ ପତି ମଧ୍ୟ ସଂପୃକ୍ତ ବିଷୟ ଉପରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ‘ସୁଭାଷ ପରବ’ର ନୂତନ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପରିଷଦର ସକ୍ରିୟ ସଦସ୍ୟ ଶିରିଶ ଚନ୍ଦ୍ର ହୋତା ।