csstore

ଟ୍ରାକ୍ଟର ମାଲିକ ସଂଘ ତରଫରୁ ବିଧାୟକଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ସଂଘର ଉପଦେଷ୍ଟା ମିଟୁଆ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଟ୍ରାକ୍ଟର ଚଳାଚଳ ଉପରେ ହେଉଥିବା କଠୋର ଦଣ୍ଡବିଧାନ ପାଇଁ ଏକ ଦାବିପତ୍ର ଦିଆଯାଇଛି । ସଂଘର ଦାବିକୁ ଆଲୋଚନା ମାଧ୍ୟମରେ ହୃଦୟଙ୍ଗମ କରି ଆଗାମୀ ବିଧାନସଭା ଗୃହରେ ଆଲୋଚନା କରିବାକୁ ସହମତି ପ୍ରକାଶ କରିବା ସହ ବଲାଙ୍ଗିର ସହରରେ ଯେମିତି ଅବାଧରେ ଟ୍ରାକ୍ଟରମାନଙ୍କର ରୋଜଗାର ହୋଇପାରିବ ସେଥିପାଇଁ ପ୍ରଶାସନଙ୍କ ଠାରେ ଆଲୋଚନାର ପ୍ରତିଶୃତି ଦେଇଛନ୍ତି ବଧାୟକ କଳିକେଶ ନାରାୟଣ ସିଂଦେଓ । ଟ୍ରାକ୍ଟର ମାଲିକମାନଙ୍କ ମଧ୍ୟରେ ବୁଲୁ ଘଡାଇ, ସୀତାରାମ କୁମ୍ଭାର, କୁନୁ ପାତ୍ର, ସତ୍ୟଜିତ ବାବୁ, ଗଙ୍ଗା ମିଶ୍ର, ପ୍ରବୀଣ ତ୍ରିପାଠୀ, ଜେ.କେ. ସାହୁ, ମନୋଜ ମିଶ୍ର, ସରୋଜ ବାବୁ, ଉଦୟ ଝା, ଚୈତନ୍ୟ ସାହୁ, ପିଣ୍ଟୁ ନାଏକ, ଜିତୁ ଦାଶ, ପ୍ରଶନ୍ନ ପ୍ରଧାନ, ବିଘ୍ନେଶ୍ୱର ସୁନା ପ୍ରମୁଖ ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.