pakka

ଲାଞ୍ଜିଠାରୁ ମହୁଲପଡା ଗ୍ରାମକୁ ପକ୍କା ରାସ୍ତା ତିଆରି ପାଇଁ ଦାବୀ

bbehera

ଖଡ଼ିଆଳ, (ନିରାକାର ମେହେର) : ଖଡ଼ିଆଳ ବ୍ଲକ ଲାଞ୍ଜି ଗ୍ରାମ ପଞ୍ଚାୟତର ଲାଞ୍ଜିଠାରୁ ମହୁଲପଡା ଗ୍ରାମରେ ରାସ୍ତାଟିଏ ନଥିବାରୁ ନାହିିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଜଙ୍ଗଲ ଭିତର ଦେଇ ଚାରି କିଲୋମିଟର ରାସ୍ତା । ଦୁଇ ବର୍ଷ ତଳେ ମନରେଗାରେ ମାଟି ରାସ୍ତା ତିଆରି ହୋଇଛି । ତିନି ଜାଗାରେ କଲଭର୍ଟ ନିର୍ମାଣ କରାଯାଇଛି । କିନ୍ତୁ ଅଧାପନ୍ତରିଆ କାମ କରାଯାଇଛି ବୋଲି ଲୋକେ କହିଛନ୍ତି । କଲଭର୍ଟ ପାଖରେ ଖାଲ ସୃଷ୍ଟି ହୋଇଥିବାରୁ ସାଇକେଲ କିମ୍ବା ମୋଟର ସାଇକେଲରେ ଗଲେ ସେଠାରେ ଓହ୍ଲାଇ ଠେଲିବାକୁ ପଡୁଛି । ରାସ୍ତାରେ ଯାଉଥିବା ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି ବୋଲି ଲୋକେ କହିଛନ୍ତି । ବିଶେଷ କରି ବର୍ଷା ଦିନରେ ରାସ୍ତା କାଦୁଅ ହୋଇ ଯାଉଥିବାରୁ ଯିବା ଆସିବାରେ ସମସ୍ୟା ଦେଖାଦେଇଛି । ଅନେକ ସମୟରେ ପଡି ଯାଇ ଆହତ ହେଉଥିବା ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଯେ, ଲୋକେ ବିଭିନ୍ନ କାମ ପାଇଁ ଲାଞ୍ଜିକୁ ଆସିଥାନ୍ତି । ଛାତ୍ରଛାତ୍ରୀମାନେ ପଢିବା ପାଇଁ ଲାଞ୍ଜିକୁ ବୁଲାଣି ଦେଇ ଆସିବାକୁ ପଡେ । ଲାଞ୍ଜିଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ହାଇସ୍କୁଲ ଆଦି ରହିଥିବାରୁ ଏହି ରାସ୍ତା ଗୁରୁତ୍ୱପୂର୍ଣ୍ଣ । ତେଣୁ କରି ଏହି ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

three × four =