୨ କପ୍‌ ସିରଫ୍‌ ବିକ୍ରେତାଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ପାଟଣାଗଡ ପୋଲିସ

ପାଟଣାଗଡ, (କେପିଏନ୍‌ଏସ୍‌) : ୨ ଜଣ କପ୍‌ ସିରଫ୍‌ ବିକ୍ରେତାଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଛି ପାଟଣାଗଡ ପୋଲିସ ବୋଲି ସୂଚନା ମିଳିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗିରଫ୍‌ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଲରମ୍ଭା ଥାନା ଅଧିନସ୍ଥ ତମିଆଁ ଗାଁ ନିବାସୀ ଗଣେଶ ସାହୁ(୨୪) ଓ ପ୍ରହଲ୍ଲାଦ ସେଠ୍‌(୨୫) । ଅଭିଯୁକ୍ତମାନଙ୍କ ଠାରୁ ୧୫ ବୋତଲ ଏସ୍‌କପ୍‌ କପ୍‌ ସିରଫ୍‌, ୧ ଷ୍ଟ୍ରିପ୍‌ ନିଶା ଟେବ୍‌ଲେଟ୍‌, ଅଧ ଲିଟର ରଙ୍ଗିନ ପାଣି ଥିବା ଏକ ବୋଟଲ, ୨ଟି ମୋବାଇଲ୍‌ ଫୋନ୍‌, ନଗଦ ୧୩ ଶହ ଟଙ୍କା ଏବଂ ଓଡି୦୩ଏକ୍ସ୫୯୩୪ ନମ୍ବର ଥିବା ଏକ କାର ଜବତ କରାଯାଇଛି । ଅଭିଯୁକ୍ତମାନଙ୍କୁ ମାନ୍ୟବର କୋର୍ଟଙ୍କ ସମ୍ମୁଖରେ ହାଜର କରାଯାଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.

3 + nineteen =