ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର ଓଡିଶା ପଶ୍ଚିମ ପ୍ରାନ୍ତ ଉପସଭାପତି ତଥା ସୋନପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ମା’ ସରୋଜିନୀ ମିଶ୍ରଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଏହି କ୍ରମରେ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଶାଖା ତରଫରୁ ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତା ମିଶ୍ରଙ୍କ ଆତ୍ମାର ସତ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭ୍ୟ ଅଶୋକ କୁମାର ଚାନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସ୍ୱର୍ଗତା ସରୋଜିନୀ ମିଶ୍ରଙ୍କ ସ୍ୱାମୀ ସ୍ୱର୍ଗତ ସାଧୁଚରଣ ମିଶ୍ର ରାଉରକେଲା ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟ ଥିଲେ ମଧ୍ୟ ଅଞ୍ଚଳରେ ଏକ ବିଶିଷ୍ଟ ଐତିହାସିକ ଭାବରେ ବେଶ୍‌ ଜଣାଶୁଣା ଥିଲେ । ଶ୍ରୀମତୀ ମିଶ୍ର ଜଣେ ଧର୍ମପରାୟଣା, ଉଦାର ହୃଦୟା ମହିଳା ଭାବରେ ସୁପରିଚିତା ଥିବା ନେଇ ବକ୍ତବ୍ୟ ରଖିଥିଲେ । ସେହିପରି ଶୋକସଭାରେ ପର୍ଶୁରାମ ପଣ୍ଡା, ସତ୍ୟନାରାୟଣ ପାଣିଗ୍ରାହୀ, ଆଦିତ୍ୟ ଶାସ୍ୱତ ମିଶ୍ର, ଆକୁଳ ବେହେରା ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.

3 × one =