pakka

୧୭ ଦଫା ଦାବୀ ନେଇ ଧାରଣା ଦେଲେ ଆଇଓସିଏଲ୍ ଶ୍ରମିକ

bbehera

ପାରାଦୀପ : ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଲେ ୩ ହଜାରରୁ ଅଧିକ ଶ୍ରମିକ । ୧୭ ଦଫା ଦାବୀ ନେଇ ପାରାଦ୍ଵୀପ-ଏର୍‌ସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସଭାପତି ବାପି ସାର୍ଖେଲଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି ଶ୍ରମିକ ।

ଶ୍ରମିକ ଧାରଣା ଯୋଗୁଁ ପ୍ରଭାବିତ ହୋଇଛି ପାରାଦ୍ଵୀପ ତୈଳ ବିଶୋଧନାଗାର (ଆଇଓସିଏଲ)ର କାର୍ଯ୍ୟ । ଦୀର୍ଘ ଦିନରୁ ଶ୍ରମିକ ମାନଙ୍କ ଦାବୀକୁ ଅଣଦେଖା କରିଆସୁଛନ୍ତି ଆଇଓସିଏଲ କର୍ତ୍ତୃପକ୍ଷ । ଶ୍ରମିକ ମାନଙ୍କୁ ବର୍ଦ୍ଧିତ ଦରମା, ଶ୍ରମିକଙ୍କୁ ଭବିଷ୍ୟନିଧି ପାଣ୍ଠି ପ୍ରଦାନ, ଆଇଓସିଏଲ ପରିସରରେ କ୍ୟାଣ୍ଟିନ ସୁବିଧା, ପ୍ରତ୍ୟେକ ସାଇଟ୍‌ରେ ବିଶ୍ରାମଗାର, ମାସର ୭ ତାରିଖ ମଧ୍ୟରେ ଦରମା ପ୍ରଦାନ, କଣ୍ଟ୍ରାକ୍ଟ ପିରିୟଡ଼ ସରିବାର ୩ ମାସ ପୂର୍ବରୁ ଟେଣ୍ଡର କରାଇବା ପ୍ରଭୃତି ୧୭ ଦଫା ଦାବୀ ରହିଛି ।

jay balangir
Leave A Reply

Your email address will not be published.

20 + twenty =