csstore

୫୫ ଗ୍ରାମ୍ୟ ରୋଜଗାର ସେବକଙ୍କ ଚୟନ ପାଇଁ ଭିଆଇପି ଦ୍ୱାରା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦାଦନ ଦାରିଦ୍ରତା, ବେରୋଜଗାରୀ ତଥା ପ୍ରବାସୀ ଶ୍ରମିକମାନଙ୍କ ଜିଲ୍ଲା ହୋଇଥିବା ବେଳେ ଗ୍ରାମ ଗୁଡ଼ିକରେ ସମସ୍ତ କୃଷକ, ଶ୍ରମିକ ଏବଂ ବେରେଜଗାରଙ୍କୁ ମନରେଗା ଏବଂ ଓଡିଶା ଓଡିଶା ଜୀବିକା ନିର୍ବାହ ମିଶନ ଜରିଆରେ କାମ ଯୋଗାଇ ଦେବା ପାଇଁ ଓଡିଶା ସରକାର ୨୦୧୯ ମସିହାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଜରିଆରେ ପଞ୍ଚାୟତ ମାନଙ୍କରେ ଖାଲି ପଡିଥିବା ୫୫ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ)ଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗିର ଜିଲ୍ଲା ପ୍ରଶାସନ ଜିଆରଏସ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଥିଲେ ଏବଂ ୩୦୦୦ ଆବେଦନକାରୀ ଆବେଦନ କରିଛନ୍ତି । ତା.୨୬.୦୬.୨୦୨୦ରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ସେହି ଜିଆରଏସ ଚୟନ ପ୍ରକ୍ରିୟାକୁ ରଦ୍ଦ କରିଦେବା ଫଳରେ ୩୦୦୦ ଆବେଦନକାରୀ ଚୟନ ପ୍ରକ୍ରିୟାକୁ ଅପେକ୍ଷା କରିଛନ୍ତି ଏବଂ ଜିଆରଏସ ପଦବୀ ଖାଲି ପଡିଥିବା ପଞ୍ଚାୟତ ମାନଙ୍କରେ ମନରେଗାର କାମ ପ୍ରଭାବିତ ହେଉଅଛି । ଜିଆରଏସ ଚୟନ ପାଇଁ ଭିଲେଜର୍ସ ଇଣ୍ଡିଆ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଡ. ବିପିନ କୁଶୁଲିଆଙ୍କ ସହ ଲୋଇସିଂହା ସମିତି ସଭ୍ୟ ବେଦମତି ବାରିକ, ମନୋଜ ବାରିକ, ସଦାଇପାଲି ୱାର୍ଡ ମେମ୍ବର ସୁକାନ୍ତ ନନ୍ଦଙ୍କ ସହ ବଲାଙ୍ଗିର ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁଙ୍କ ଜରିଆରେ ଜିଲ୍ଲାପାଳ ଶ୍ରୀ ଚଂଚଳ ରାଣାଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ଶ୍ରୀ ସ୍ୱାଇଁଙ୍କ ଅନୁସାରେ ଜିଆରଏସ ସଂଘ ଦ୍ୱାରା ଓଡିଶା ସରକାରଙ୍କର ନୂଆ ଜିଆରଏସ ଗାଇଡଲାଇନ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦାୟର କରିଥିବା ପିଆଇଏଲ ଯୋଗୁଁ ବଲାଙ୍ଗିର ଜିଲ୍ଲାର ଜିଆରଏସ ଚୟନ ବିଳମ୍ବିତ ହେଉଛି । ଡ. କୁଶୁଲିଆ କହିଛନ୍ତି ଯେ, ଯଦି ଚୟନ ପ୍ରକ୍ରିୟା ଆରମ୍ଭ କରା ନ ଗଲେ, ଆସନ୍ତା ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ପି.ଡି. ଡିଆରଡିଏ କାର୍ଯ୍ୟାଳୟ ସମ୍ମୂଖରେ ଆବେଦନକାରୀଙ୍କ ସହ ଭିଲେଜର୍ସ ଇଣ୍ଡିଆ ପାର୍ଟି ବିକ୍ଷୋଭ କରି ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବୀପତ୍ର ଦିଆଯିବ ।

jayashree
Leave A Reply

Your email address will not be published.