
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପରିବେଶ କର୍ମୀ ତଥା ସେଭ ଦି ଆର୍ଥ ଫାଉଣ୍ଡେସନର ଆବାହକ ବିଶ୍ଵଜିତ ପରିଡା ବାୟୁ ପ୍ରଦୂଷଣରୁ ରକ୍ଷା ସାଇକେଲ ଚଲାନ୍ତୁ ବାର୍ତ୍ତା ନେଇ ଆଜି ସାଇକେଲ ଯୋଗେ ମୁନିନ୍ଦା କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରୁ ଯାତ୍ରା ଆରମ୍ଭ କରି କୋଣାର୍କ ଯାତ୍ରା କରଛନ୍ତି । ଏହି ଯାତ୍ରାକୁ ପ୍ରଧାନ ଶିକ୍ଷକ ହ୍ରୁଷିକେଶ ବଳିୟାରସିଂହ ତାଙ୍କୁ ସବୁଜ ପତକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା, ମିହିର କୁମାର ପରିଡା, ପ୍ରବୀର କୁମାର ମହାପାତ୍ର, ରମେଶ ଚନ୍ଦ୍ର ପରିଡା ଓ ଶିକ୍ଷୟତ୍ରୀ ବୈଜୟନ୍ତୀ ମାଳା ହରିଚନ୍ଦନ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶ୍ରୀ ପରିଡାଙ୍କ ମନୋବଳକୁ ଦ୍ରୁଢ କରିଥିଲେ । ସେ ଡେଲାଙ୍ଗ, ମଙ୍ଗଳପୁର, ବଳଙ୍ଗା ଓ ଗୋପ ରାସ୍ତରେ ବିଭିନ୍ନ ସ୍କୁଲ, କଲେଜରେ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟି କୋଣାର୍କ ଫେଷ୍ଟିଭାଲ ଉପଲକ୍ଷେ ଆନ୍ତର୍ଜାତୀୟ ସାଇକ୍ଲୋଥନରେ ଭାଗ ନେବେ । ସେ ଜଣେ ପରିବେଶ କର୍ମୀ ଭାବେ ସମସ୍ତଙ୍କୁ ଗଛ ଲଗାଇବା ସହ ସାଇକେଲ ଚଲାଇବାକୁ ଅନୁରୋଧ କରିଛନ୍ତି ।