pakka

ସାଇବର ଠକେଇର ଶିକାର ହେଲେ ଏଏସଆଇ ରବୀନ୍ଦ୍ର ଦାସ : ଆକାଉଣ୍ଟରୁ ଗାଏବ ହୋଇଗଲା ୭୧ ହଜାର

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲାରେ ମାତିଛନ୍ତି ସାଇବର୍ ଠକ । ଏଥର ଠକେଇର ଶିକାର ହେଲେ ଏଏସଆଇ ରବୀନ୍ଦ୍ର ଦାସ । ପିଟିସି ଟ୍ରେନିଂ କଲେଜରେ ଏଏସଆଇ ଟ୍ରେନିଂ କରୁଥିବା ଏହି ଏଏସଆଇ ରବୀନ୍ଦ୍ର ଦାସଙ୍କ ଠାରୁ ସାଇବର ଠକ ୭୧ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଏଏସ୍‌ଆଇ ରବୀନ୍ଦ୍ର ଦାସଙ୍କ ସାନ ଭାଇ ଆସାମରେ ଆର୍ମି ଚାକିରି କରିଛନ୍ତି । ସାନ ଭାଇଙ୍କ ନାଁରେ ଜଣେ ବ୍ୟକ୍ତି ଏକ ଫେକ୍ ଫେସବୁକ ଆକାଉଣ୍ଟ ଖୋଲି ମେସେଞ୍ଜରରେ ମେସେଜ ପଠାଇଥିଲା । ସାଇବର ଠକ ଜଣଙ୍କ ମେସେଜ୍ କରିଥିଲା ଯେ, ଏଠି ଜଣେ ଅଫିସରଙ୍କର ବଦଳି ହେଉଛି । ସେ ବହୁତ ଗୁଡିଏ ଘରକରଣା ଜିନିଷକୁ କମ୍ ଦାମ୍‌ରେ ବିକ୍ରି କରିବେ ବୋଲି କହୁଛନ୍ତି । ତେଣୁ କିଛି ଟଙ୍କା ପଠାଇବାକୁ କହିଥିଲେ । ଠକ କଥାରେ ପଡି ରବୀନ୍ଦ୍ର ୭୧ହଜାର ଟଙ୍କା ପଠାଇ ଦେଇଥିଲେ । ପରେ ଏହା ସାଇବର ଠକର କାରନାମା ବୋଲି ଜାଣି ପାରି ସେ ସାଇବର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

two × 3 =