jsm

ଛତ୍ରପୁରରେ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା : ଆଜି ଅପରାହ୍ନରେ ଫାଇନାଲ ଖେଳରେ କଟକ-ସୋନପୁର ମଧ୍ୟରେ ମୁକାବିଲା

csstore

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ପୋଲିସ ପ୍ୟାରେଡ଼ ପଡ଼ିଆ ଠାରେ ଚାଲିଥିବା ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଶୁକ୍ରବାର ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ କଟକ ଦଳ ୧ -୦ ଗୋଲ ବ୍ୟବଧାନରେ କୋରାପୁଟକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା କ୍ଷ ଦ୍ୱିତୀୟ ସେମିଫାଇନରେ ସୋନପୁର ଦଳ ୩- ୦ ଗୋଲ ବ୍ୟବଧାନରେ କିଶୋର କ୍ଳବ ଭୁବନେଶ୍ୱରକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଶନିବାର ଅପରାହ୍ନ ୩ ଘଣ୍ଟା ବେଳେ କଟକ ଏବଂ ସୋନପୁର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସେମିଫାଇନାଲ ମ୍ୟାଚରେ ଓ.ଏସ.ଲ.ର ନିର୍ଦେଶକ ମନମୋହନ ମହାରଣା, ଜିଲ୍ଲା ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭୋତ୍ରା, ଉପ ଅବକାରୀ ଅଧିକ୍ଷକ ଅଭିମନ୍ୟୁ ବେହେରା, ପୋଲିସ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି, ସରଜେଣ୍ଟ ସଞ୍ଜୟ କୁମାର ବାରିକି, ଆର୍ଟିଓ ବିକାଶ ଚୌଧୁରୀ, ଅବସର ପ୍ରାପ୍ତ ଅବକାରୀ ଅଧିକ୍ଷକ ଡମ୍ବୁରୁଧର ଗନ୍ତାୟତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.