pakka

ଜିଲ୍ଲାରେ ଉପର ମୁହାଁ ଏବେ କ୍ରାଇମ ଗ୍ରାଫ୍‌ : ଭୟଭୀତ ବଲାଙ୍ଗିରବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ଚର୍ଚ୍ଚାରେ ଏବେ ବଲାଙ୍ଗିର ଜିଲ୍ଲା । ଏଠି କଥାରେ କଥାରେ ଗଡୁଛି ମୁଣ୍ଡ । ଖାଲି ସାଧାରଣ ଜନତା ନୁହେଁ, ହତ୍ୟାକାଣ୍ଡର ଶିକାର ହେଉଛନ୍ତି ରାଜନେତା ଏବଂ ସରାକାରୀ ଅଧିକାରୀମାନେ ମଧ୍ୟ । ତେବେ ଏହାକୁ ରୋକିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ସାରା କଡାକଡି ପେଟ୍ରୋଲିଂ କରାଯାଉଥିବା ବେଳେ କେତେବେଳେ ଅପରାଧୀଙ୍କୁ ପୋଲିସ ଧରିବାରେ ସଫଳ ହେଉଛି ତ କେତେବେଳେ ଅପରାଧୀମାନେ ଏହାକୁ ଖାତିର ନକରି ହତ୍ୟାକାଣ୍ଡ ଭିଆଇ ଫେରାର୍‌ ମାରୁଛନ୍ତି । ଗତ କିଛି ମାସ ହେବ ବଲାଙ୍ଗିର ଜିଲ୍ଲାରେ କେତେକ ଘଟଣା, ଯାହା ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ହରିୟାଣାର ଛାତ୍ର ନିଶାନ୍ତ କୁମାରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୋଲିସ ମୁହଁ ଖୋଲୁନଥିବା ବେଳେ ରହସ୍ୟରେ ରହିଯାଇଛି ଆତ୍ମହତ୍ୟାର ଅସଲ କାରଣ । ଅନ୍ୟପଟେ ବଲାଙ୍ଗିର ସହରର ଲର୍କିପାଲି ସ୍ଥିତ ଏକ ଚାଷ ଜମୀରୁ ଜଣେ ମହିଳାଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର କରିିଥିଲା ପୋଲିସ । ହେଲେ ଏହି ଘଟଣାରେ ମଧ୍ୟ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ ଏପର୍ଯ୍ୟନ୍ତ ସଫଳତା ପାଇ ନଥିବା ବେଳେ ସେହିପରି ବଲାଙ୍ଗିର ଜିଲ୍ଲା ଲୋଇସିଂହାର ବ୍ଲକ ଛକ ଠାରେ କିଛି ଦୁର୍ବୃତ୍ତ ରୂପକ ହନୁମାନ ନାମକ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ହତ୍ୟା କରିଥିଲେ । ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଏବେ ଯାଏଁ ଫେରାର୍‌ ମାରିଛନ୍ତି । ଟିଟିଲାଗଡରେ ମଧ୍ୟ ଏକ ଘଟଣା ଯାହା ସାରା ଜିଲ୍ଲାରେ ଚର୍ଚ୍ଚାରେ ରହିଥିଲା । ଟିଟିଲାଗଡର ଛାତ୍ର ମୋହନ କୁମାରକୁ ଅପହରଣ କରାଯାଇ ନିଜ ସଂପର୍କୀୟ ଭାଇ ହିଁ ହତ୍ୟା କରିଥିଲା । ତେବେ ଏହି ଘଟଣାରେ ପୋଲିସ ପର୍ଦ୍ଦାଫାସ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ତୁଷୁରା ଥାନା ଅନ୍ତର୍ଗତ ନୂଆପଡାରେ ଶାଶୂ ବୋହୁଙ୍କୁ ନିଜ ସଂପର୍କୀୟ ଜଣେ ହତ୍ୟା କରିଥିଲା । ଏହି ଘଟଣାରେ ମଧ୍ୟ ପୋଲିସ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋର ପଂଚାୟତର ସମିତି ସଭ୍ୟାଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ପୁଲିସ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇଛି । ଅନ୍ୟପଟେ ପାଟଣାଗଡ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଶବକୁ ପୋଲିସ ଦ୍ୱାରା କପା କିଆରୀରୁ ଉଦ୍ଧାର କରାଯାଇଥିବା ବେଳେ ମୃତ କନିଷ୍ଠ ଯନ୍ତ୍ରୀଙ୍କ ପରିବାର ଲୋକେ ଏହି ଘଟଣାକୁ ହତ୍ୟା କରାଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ସାଧାରଣରେ ଏହି ଘଟଣା ଏବେ ସନ୍ଦେହ ଘେରରେ ରହିଯାଇଛି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କୁଶମେଲ ଗ୍ରାମରୁ ଜଣେ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାକୁ ନେଇ ମଧ୍ୟ ମୃତ ଛାତ୍ରଙ୍କ ପରିବାରର୍ଗ ପ୍ରେମ ପାଇଁ ଛାତ୍ର ଜଣକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲାର ଏହି ସବୁ ଘଟଣା ରାଜ୍ୟରେ ଚର୍ଚ୍ଚାରେ ରହି ଆସିଥିବା ବେଳେ ଜିଲ୍ଲାର କ୍ରାଇମ୍‌ ଗ୍ରାଫ୍‌କୁ ଉପର ମୁହାଁ କରିବାରେ ମଧ୍ୟ ସାହାଯ୍ୟ କରିଆସିଛି ।

Leave A Reply

Your email address will not be published.

three × three =