pakka

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ଟିଟିଲାଗଡ଼ ଦଳ ସୁପରଲିଗ୍‌ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ନବମ ଦିନରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ କଣ୍ଟାବାଞ୍ଜି ଦଳ ୨୭.୫ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୬ ରନ୍‌ କରିଥିଲେ । ଅଜୁ ଜାନି ଏବଂ ଶୈଲେସ ପଟ୍ଟନାୟକଙ୍କର ଘାତକ ବୋଲିଂ ଯୋଗୁଁ କଣ୍ଟାବାଞ୍ଜି ଦଳ ବଡ ସ୍କୋର କରି ପାରିନଥିଲେ । କଣ୍ଟାବାଞ୍ଜି ଦଳ ପକ୍ଷରୁ ଅଗସ୍ତି ତାଣ୍ଡି ୧୫ ଓ ଅର୍ଫାଜ ସୋଲାଙ୍କି ୧୪ ରନ୍‌ ସଂଗ୍ରହର କରିଥିଲେ । ଟିଟିଲାଗଡ଼ ଦଳ ତରଫରୁ ଅଜୁ ଜାନି ୫ ଏବଂ ଶୈଲେସ ପଟ୍ଟାନୟକ ୪ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ୯୭ ରନ୍‌ର ବିଜୟ ଲକ୍ଷକୁ ନେଇ ପଡିଆକୁ ଓହ୍ଳାଇଥିବା ଟିଟିଲାଗଡ଼ ଦଳ ୧୫.୧ ଓଭରରେ ୨ ଉଇକେଟ ବିନିମୟରେ ଆବଶ୍ୟକ ୯୭ ରନ୍‌ ସଂଗ୍ରହ କରି ୮ ଉଇକେଟ୍‌ରେ ବିଜୟୀ ହୋଇଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ସମିର ଖାନ ଓ କ୍ଷେତ୍ରରାଜ ଠାକୁର ଉଭୟେ ଗୋଟିଏ ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ଏହି ପରାଜୟ ପରେ କଣ୍ଟାବାଞ୍ଜି ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ହୋଇଥିବା ବେଳେ ଟିଟିଲାଗଡ଼ଦଳ ପ୍ରଥମ ଦଳ ଭାବେ ସୁପରଲିଗ୍‌ରେ ପହଞ୍ଚିଛି । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ରାଜେନ୍ଦ୍ର ସେଠ୍‌ ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍‌ ଭାବରେ ସ୍ୱାଗତ ଶୁଭଙ୍କର ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.

19 − 1 =