pakka

ବାଞ୍ଜିତଲିଏନ କ୍ରିକେଟ କପ୍‌ ଉଦ୍‌ଯାପିତ : ବଲାଙ୍ଗିର ଚାମ୍ପିୟନ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହେଇଥିବା ବାଞ୍ଜିତଲିଏନ କ୍ରିକେଟ ଏସୋସିଏସନ୍‌ ତରଫରୁ ବାଞ୍ଜିତଲିଏନ କ୍ରିକେଟ କପର ଫାଇନାଲ ଉତ୍ସବ । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ବିଧାୟକ ପ୍ରତିନିଧି ହିମାଞ୍ଚଳ ପଧାନ, ସମାଜ ସେବୀ ଗିରିରାଜ ଭୋଇ ଯୋଗଦେଇ ଫାଇନାଲ ଖେଳକୁ ପ୍ରବେଶ କରିଥିବା ଉଭୟ ଖଳିଆ ଦଳ ଓ ବଲାଙ୍ଗିର ଦଳକୁ ଉତ୍ସାହିତ କରିଥିଲେ । ପ୍ରଥମରୁ ଉଭୟ ଦଳ ସଂଘର୍ଷପୂର୍ଣ୍ଣ ଖେଳ ଖେଳି ଫାଇନାଲକୁ ପ୍ରବେଶ କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଆଜିର ଫାଇନାଲ ଖେଳରେ ବଲାଙ୍ଗିର ଦଳ ଟସ୍‌ ଜିଣି ପ୍ରଥମେ ବେଟିଂ ନିଷ୍ପତ୍ତି ନେଇ ୭ ଓଭରରେ ସମସ୍ତ ଉଇକେଟ ବିନିମୟରେ ୫୮ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ପ୍ରତି ଜବାବରେ ଖଳିଆ ଦଳ ୫ ଉଇକେଟରେ ୪୯ ରନ ସଂଗ୍ରହ କରି ବଲାଙ୍ଗିର ଦଳଠାରୁ ପରାଜିତ ହୋଇଥିଲେ । ମ୍ୟାନ ଅଫ ଦ ମ୍ୟାଚ ବଲାଙ୍ଗିର ଦଳର ଆଶିଷକୁ ମୋବାଇଲ ଦିଆଯାଇଥିବା ବେଳେ ମ୍ୟାନ ଅଫ ଦ ସିରିଜ ଖଳିଆ ଦଳର ବିପିନ ବନଛୋରକୁ ସାଇକେଲ ପ୍ରଦାନ କରାଯାଇଥିଲା । ବେଷ୍ଟ ଫିଲ୍ଡର ବଲାଙ୍ଗିର ଦଳର ସୁବାସକୁ ପୁରସ୍କୃତ କରାଯାଇଥିଲା ଓ ବେଷ୍ଟ ବୋଲର ଭାବରେ ଥବୀର ମାଝୀକୁ, ବେଷ୍ଟ ଉଇକେଟ କିପର୍‌ ଅରୁଣ ନାଏକ, ବେଷ୍ଟ ସିକ୍ସର ଅନୀଲ ବନଛୋର, ବେଷ୍ଟ ଅମ୍ପାୟାର ନୀଳ କଠାର କିରଣ ଭୋଇ, ବେଷ୍ଟ କମେଣ୍ଟଟେଟର ରହସ୍ୟ ସାହୁ, ବେଷ୍ଟ ସ୍କୋରର ସମୀର ନାଏକ, ବିଭୁତି ସାହୁଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚକୁ ଓଡିଶା କ୍ୱାଲିଫାଏଡ଼ ଅମ୍ପାୟାର କିରଣ କୁମାର ଭୋଇ ଓ ବିନୋଦ ନାଏକ ପରିଚାଳନା କରିଥିଲେ । ସ୍କୋରର ଭାବରେ ସମୀର ନାଏକ ଦାୟିତ୍ୱ ତୁଳାଇଥିଲେ ଓ ରହସ୍ୟ ସାହୁ ଧାରା ବିବାରଣୀ ପ୍ରଦାନ କରିଥିଲେ । ଉପ ବିଜେତା ଦଳକୁ ଦଶ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ବିଜେତା ଦଳକୁ କୋଡିଏ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି । ବାଞ୍ଜିତଲିଏନ୍‌ କ୍ରିକେଟ ଏସୋସିଏସନ୍‌ର ସଭାପତି ମନୋଜ ଲୁହା, ସଭ୍ୟ ହିମାଂଶୁ ସାହୁ, ଯୁବରାଜ ସିଂ, ଭାସ୍କର ସାହୁ, ନାରାୟଣ ନାଏକ, ଚନ୍ଦ୍ର ଲୁହା, ସୌକିଲାଲ ଲୁହା, କସ୍ତୁଭ ସାହୁ, ଶଙ୍କର ସାହୁ, ସାଗର ସାହୁ, ମିନିକେତନ ସିଂ, ଭୁବନେଶ୍ୱର ବନଛୋର, ସୁବାସ ସିଂ, ହୀରାଧାର ନାଏକ, ମକୁନ୍ଦ ପୁଟେଲ, ଚକ୍ରଧର ସାହୁ, ଭକଚନ ସାହୁ, ସୁଦାମ ନାଏକ, ଚମ୍ପେଶ୍ୱର ବନଛୋର, ରାଜିନ ବନଛୋର, ନେତ୍ରମଣି ଠାକୁର, ବିପିନ ବନଛୋର, ଅରୁଣ ନାଏକ, ଅବିନାଶ ଲୁହା, ଅନୀଲ ବନଛୋର, ତୁଳରାମ ନାଏକ, ଉପେନ୍ଦ୍ର ବନଛୋର, ନିରାକାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଖେଳ ପଡ଼ିଆର ଚତୁପାର୍ଶ୍ୱରେ ହଜାର ହଜାର ଦର୍ଶକ କରତାଲି ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

jay balangir
Leave A Reply

Your email address will not be published.

1 × five =