ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସାହାରା ନକ୍ ଆଉଟ କ୍ରିକେଟ ପ୍ରତିଯିଗିତାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି । ଦୀର୍ଘ ମାସେ ଧରି ଚାଲି ଥିବା ଏହି ପ୍ରତିଯୋଗିତାରେ ସମୁଦାୟ୧୧ଟି ଦଳ ଭାଗନେଇଥିଲେ । ଫାଇନାଲ୍ରେ ସମସ୍ତଙ୍କୁ ପଛରେ ପକାଇ କଣ୍ଟାବାଞ୍ଜିର ପ୍ରଭାତ ଓ ଫ୍ରେଣ୍ଡସ କ୍ଳବ ପ୍ରଥମେ ଟସ୍ ଜିତି ୧୦ ବିକେଟ ବିନିମୟ ୧୨୨ ରନ ସଂଗ୍ରହ କରିଥିଲା । ପରେ ପ୍ରଭାତ ଦଳ ୧୬ ଓଭର୍ରେ ୫ ବିକେଟ ବିନିମୟରେ ୧୨୫ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ । ଖେଳ ପରିଚାଲାନାର ଦାୟିତ୍ୱ ଓ ସିଏ ପେନଲର ଆମ୍ପାୟାର ସ୍ମିଥ ଦଳାଇ ଓ କେସିଏ ପେନଲର ଆମ୍ପାୟାର ମୂହମ୍ମଦ ସେହେବାଜ ଖାନ କରିଥିଲେ । ଉଦ୍ଯାପିତ ଫାଇନାଲ୍ ମ୍ୟାଚ୍ରେ ମୁଖ ଅତିଥି ଭାବରେ ବିଜେଡି ଯୁବ ନେତା ତଥା ପୂର୍ବତନ ସୈନିକ ଗିରିରାଜ ସିଂ ମାଝୀ, ସମ୍ମାନିତ ଅତିଥି ଭାବେ ବିଜେଡି ନେତା ଅମିତ ଜାଙ୍ଗଡା, ଲବ ଅଗ୍ରବାଲ, ସାମ୍ବାଦିକ ତୁଳସୀ ରାମ ଜଗତ, ସାମ୍ବାଦିକ ରୋହନ ମହତ । ଟ୍ରଫି ଆୱାର୍ଡ ସର୍ବଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ପ୍ରଭାତ କ୍ଳବର ସଚିନ କଶ୍ୟପ, ସର୍ବଶ୍ରେଷ୍ଠ ବୋଲର ପ୍ରଭାତ କ୍ଳବର ଗୌରବ ରାଉତ, ସର୍ବଶ୍ରେଷ୍ଠ ଅଧିନାୟକ ଆନନ୍ଦ ନଗରର ସମ୍ଭୁ ହାତୀ, ସର୍ବଶ୍ରେଷ୍ଠ କ୍ୟାଚ୍ ଆର୍, ଏନ.ସି.ସି.ର ସୁଶାନ୍ତ ପୁଟେଲ, ସର୍ବଶ୍ରେଷ୍ଟ ଅନୁସାସନ ଦଳ ଓରିଏଣ୍ଟ ସ୍ପୋର୍ଟିଂ କ୍ଳବ ମ୍ୟାନ୍ ଅଫ ଦ ଫାଇଅନଲ ଓ ମ୍ୟାନ୍ ଅଫ ଦ ତୁର୍ଣ୍ଣ।ମେଣ୍ଟ ପ୍ରଭାତ କ୍ଳବ ଗୌରବ ରାଉତ, ଆୟୋଜକ ସଭାପତି ଶ୍ରୀପତି ସୁନା, ଉପସଭାପତି ନଗେଶ ଦିପ, ସମ୍ପାଦକ ସେହେବାଜ ଖାଁ ନ ବରିଷ୍ଠ ଖେଳାଳି ଯୁଗଳ କିଶୋର ଶବର ଓ ସଦସ୍ୟ ବିଟୁ ସଂଘା, କ୍ଷୀରୋଦ, ବିଜୁ ପୁଟେଲ, ବିକାଶ ପୁଟେଲ, ବିରୁ ମାଝୀ ପ୍ରମୁଖ ନିଜ ନିଜ ଦାୟିତ୍ୱ ତୁଲାଇଥିଲେ । ବିଶେଷ ସହଯୋଗୀ ଭାବରେ ଗୋଲୁ ବେହେରା କାର୍ଯ୍ୟ ସମ୍ପାଦନ କରିଥିଲେ ।