pakka

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଉଦ୍‌ଘାଟିତ : ଆମ୍ବବାହାଲ ସେମି ଫାଇନାଲରେ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲଠାରେ ଏମ୍‌ଏଲ୍‌ସିସି ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚରେ ଆମ୍ବବାହାଲ ଦଳ ବାଞ୍ଜେନମୁଣ୍ଡା ଦଳକୁ ଓ ପରବର୍ତ୍ତୀ ମ୍ୟାଚରେ ଦହିତା ଦଳକୁ ହରାଇ ଏବଂ ଗଡ଼ଭାଟି ଦଳ ତେତେଲଖୁଣ୍ଟି ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ବାଟର ଫାଇନାଲ ମ୍ୟାଚରେ ଗଡ଼ଭାଟି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୪ ଉଇକେଟ ହରାଇ ୬୫ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଆମ୍ବବାହାଲ ଦଳ ୪ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ୧୦ ଉଇକେଟରେ ବିଜୟୀ ହୋଇଥିଲେ । ଆଜିର ଉଦ୍‌ଘାଟନୀ ଉତ୍ସବରେ ଗୁଡ୍ଡୁ ଅଗ୍ରୱାଲ ମୁଖ୍ୟ ଅତିଥି ଏବଂ ଗୁରୁ ବରିହା ଓ ରାଜୁ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟିତ କରିଥିଲେ । ମ୍ୟାଚ୍‌ ଶେଷରେ ସୁଦାମ ମେହେର ଓ ଗୋକୁଳ ବେହେରା ଅତିଥି ରୂପେ ଯୋଗଦେଇ ଆମ୍ବବାହାଲ ଦଳର ରାଜାଙ୍କୁ ମେନ୍‌ ଅଫ୍‌ ଦି ମେଚ୍‌ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌ରେ ନିଲେଶ, ସତ୍ୟ, ଜଗତ, ଧର୍ମେନ୍ଦ୍ର ଓ ରିଙ୍କୁ ଅମ୍ପାୟାରିଂ ଏବଂ ତାପସ ଓ ରାହୁଲ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ଗଣେଶ, ଦିଲୀପ ଓ ବିକାଶ ଧାରା ବିବରଣୀ ପ୍ରଦାନ କରିଥିଲେ । ଦୀପକ, ସଦାନନ୍ଦ, ଗୋକୁଳ, ଓମ, ମହେଶ, ଆନନ୍ଦ, ଆକାଶ, ରାଜେଶ ଓ ଭବାନୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

7 − six =