oom

କରୋନା ଯୋଦ୍ଧା ଅରୁଣ ଖୁଆସ୍‌ କୋଭିଡ ସଂକ୍ରମିତ ହେବା ପରେ କୋଭିଡ଼ କେୟାର୍‌ ସେଂଟରରେ ଭର୍ତ୍ତି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସମୟରେ କରୋନା ବିରୁଦ୍ଧରେ ଲଢ଼ିଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗିରର ସାମାଜିକ କର୍ମୀ ଅରୁଣ ଖୁଆସ୍‌ କରୋନା ସଂକ୍ରମିତ ହୋଇ ଏବେ ଲର୍କିପାଲି ସ୍ଥିତ କୋଭିଡ଼ କେୟାର୍‌ ସେଂଟର୍‌ରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଗତ ବର୍ଷ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ତରଫରୁ ଖୋଲାଯାଇଥିବା କରୋନା ଆଇସିୟୁ ଓ ଏଚ୍‌ଡିୟୁର ପରିଚାଳନାର ତଦାରଖର ଦୈନିକ ବିବରଣୀ ପ୍ରଦାନ ପାଇଁ ସେ ଦୀର୍ଘ ଏକ ମାସ କାଳ ନିୟୋଜିତ ହୋଇ ସେବା ପ୍ରଦାନ କରିଥିଲେ । ସେହିଭଳି ସରକାରଙ୍କ ଦ୍ୱାରା ପ୍ରବାସୀ ଶ୍ରମିକଙ୍କୁ ନିଜର ଭିଟାମାଟିକୁ ଫେରାଇବା କାର୍ଯ୍ୟରେ ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଫେରୁଥିବା ଶ୍ରମିକମାନଙ୍କ ପାଇଁ ରେଳ ଷ୍ଟେସନରେ ମାସାଧିକ କାଳ ପ୍ରଶାସନର ନିର୍ଦ୍ଦେଶ କ୍ରମେ ପ୍ରବାସୀ ଶ୍ରମିକଙ୍କ ଯାତାୟାତରେ ସହଯୋଗ ପାଇଁ କାର୍ଯ୍ୟ କରିଥିଲେ । ସେହିଭଳି ଶିଶୁ ସୁରକ୍ଷା ୟୁନିଟ୍‌ ତରଫରୁ କରୋନା କାଳରେ ସମସ୍ୟା ବହୁଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପହଂଚି ଶିଶୁମାନଙ୍କୁ ସରକାରୀ ଯତ୍ନ ଓ ସୁରକ୍ଷା ପ୍ରଦାନ କରିବା ନିମନ୍ତେ କାର୍ଯ୍ୟ କରିଥିଲେ । ସେ କରୋନା ଆକ୍ରାନ୍ତ ହୋଇଥିବା ଖବର ପାଇ ପୂଜ୍ୟପୂଜା ସଂଗଠନର ପରାମର୍ଶଦାତା ନାଟ୍ୟଭୂଷଣ ଜଗଦାନନ୍ଦ, ମଦନ ରଥ, କସ୍ତୁରୀ ରଥ ତଥା ମାଲପଡ଼ା ରାଧାକୃଷ୍ଣ ସାଂସ୍କୃତିକ ସଂଘର କର୍ମକର୍ତ୍ତା, ‘କୋଶଳ ପ୍ରବାହ’ର ସଂପାଦକ କବି ଆନଂଦ ଚଂଦ୍ର ସାହୁ ତଥା ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.