csstore

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ : ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିମିନିଭାଟିପଡ଼ାରେ ଚଢ଼ାଉ କରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିବା ସହ ଏହି ମାମଲାରେ ଜଣକୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ୍‌ । ଦିଜନ ଓରଫ ମନରଞ୍ଜନ ପଧାନ ନାମକ ଜଣେ ବ୍ୟକ୍ତି ଅବୈଧ ଭାବରେ କଫ ସିରପ ବିକ୍ରି କରୁଥିବା ବେଳେ ତାକୁ ଟାଉନ୍‌ ପୋଲିସ ଗିରଫ୍‌ କରି ତାଠାରୁ ୯୨ଟି ସିଲ୍‌ ଥିବା ଏସ୍‌କଫ୍‌ କଫ୍‌ ସିରପ ବୋତଲ, ଦୁଇ ଷ୍ଟ୍ରିପ୍‌ ଆଲ୍‌ଫାଜେଲମ୍‌ ଟାବଲେଟ ଆଦି ଜବତ୍‌ କରିଥିବା ବଲାଙ୍ଗିର ଟାଉନ୍‌ ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାୟ ସୂଚନା ଦେଇଛନ୍ତି । ଗିରଫ୍‌ ଅଭିଯୁକ୍ତକୁ ଆଜି ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଥିବା ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.