pakka

ଖାଉଟି ସଚେତନତା କର୍ମଶାଳା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ବୈଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏବଂ ମଧ୍ୟାହ୍ନ ସମୟରେ ପୁଇଁନ୍ତଲା ବ୍ଲକର ବୀଣାପାଣି ଶିକ୍ଷା ସୌଧ ଠାରେ ବଲାଙ୍ଗିର ଜିଲ୍ଲାର ଉପନିୟନ୍ତ୍ରକ ବୈଧମାପ ବିଜ୍ଞାନ ଆନୁକୂଲ୍ୟରେ ତଥା ବଲାଙ୍ଗିର ମ୍ୟୁନିସିପାଲିଟି ସ୍ଥିତ ଭଗବତୀନଗରର ଆଦିତ୍ୟ ଏଜୁକେସନାଲ୍‌ ଏବଂ ଚାରିଟେବୁଲ ଟ୍ରଷ୍ଟର ସହଯୋଗରେ ଖାଉଟି ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି । ଉଭୟ କର୍ମଶାଳାରେ ବୈଧମାପ ବିଭାଗର ନୀରିକ୍ଷକ କ୍ଷତିଶ ରଞ୍ଜନ ଦାଶ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରଚଳିତ ବିଭିନ୍ନ ମାପ ଓ ଓଜନ ଏକକ ଉପରେ ଧାରଣ ଦେବା ସଙ୍ଗେ ସଙ୍ଗେ ତାର ବ୍ୟବହାର ଓ ବୈଧତା ତଥା ବିଭିନ୍ନ ଦ୍ରବ୍ୟମାନଙ୍କର ବ୍ୟବହାର ସମୟସୀମା ଉପରେ ବୁଝାଇଥିଲେ ଏବଂ ବୈଧମାପ ବିଜ୍ଞାନ ବିଭାଗର କାର୍ଯ୍ୟକାରିତା ତଥା ତା’ର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ସାଧନକର୍ମୀ ଭାବରେ ଉପସ୍ଥିତ ରହି ବୀଣାପାଣି ଶିକ୍ଷା ସୌଧର ପରିଚାଳନା ନିର୍ଦ୍ଦେଶକ ଅଶୋକ କୁମାର ମେହେର ଖାଉଟିର ପ୍ରକାର ତଥା ସେମାନଙ୍କର ଦାୟିତ୍ୱ ଓ ଭୂମିକା ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇ ଷଠ ବ୍ୟବସାୟୀଙ୍କ ଠାରୁ ସତର୍କ ରହିବା ପାଇଁ ସେମାନଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବୈଧମାପ ବିଜ୍ଞାନ ବିଭାଗର ସୁବାସ ଚନ୍ଦ୍ର ଭୋଇ, ଦଧିବାମନ ନାୟକ ତଥା ଆଦିତ୍ୟ ଏଜୁକେସନାଲ୍‌ ଏବଂ ଚାରିଟେବୁଲ ଟ୍ରଷ୍ଟର ଶଙ୍କର୍ଷଣ ତ୍ରିପାଠୀ ଏବଂ କିରନ ପ୍ରସାଦ । କର୍ମଶାଳା ଗୁଡିକର ପରିଚାଳନା କରିଥିଲେ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ । ଧନ୍ୟବାଦ ଅର୍ପଣ କରିଥିଲେ ବୀଣାପାଣି ଶିକ୍ଷା ସୌଧର ଉପାଧ୍ୟକ୍ଷ ମିତ୍ରଭାନୁ ସାହୁ । ଉଭୟ କର୍ମଶାଳାରେ ଉପସ୍ଥିତ ଥିଲେ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଏବଂ କର୍ମଚାରୀବୃନ୍ଦ ।

Leave A Reply

Your email address will not be published.

16 + 8 =