pakka

ନେହେରୁ ଯୁବକେନ୍ଦ୍ର ସଂଗଠନ ତରଫରୁ ଯୁବା ସମ୍ବାଦ – ଭାରତ @୨୦୪୭

ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣା ଏବଂ ମାର୍ଗଦର୍ଶନରେ ଭାରତ ‘ଆଜାଦି କା ଅମୃତ ମହୋତ୍ସବ’ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଥିବା ବେଳେ ୨୦୪୭ରେ ଆଗାମୀ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବା ପାଇଁ ଭାରତର ସ୍ବର୍ଣ୍ଣିମ ଇତିହାସ, ଲୋକ କଳା, ସଂସ୍କୃତି ଏବଂ ସଫଳତାର ଗାରିମାମୟ ଉପଲବ୍ଧି, (ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ପଞ୍ଚପ୍ରାଣର ମନ୍ତ୍ର ଘୋଷଣା କରିଥିଲେ ; ଅମୃତ କାଲ ଯୁଗରେ ଭାରତର ଏକ ଦର୍ଶନ ୨୦୪୭) ସମ୍ପର୍କରେ ଦେଶର ଯୁବପିଢ଼ିଙ୍କୁ ଅବଗତି କରାଇବା ନିମନ୍ତେ ଭାରତ ସରକାରଙ୍କ ଯୁବ ଏବଂ କ୍ରୀଡା ମନ୍ତ୍ରଣାଳୟର ନେହେରୁ ଯୁବକେନ୍ଦ୍ର ସଂଗଠନ ତରଫରୁ ଯୁବ ସମ୍ବାଦ-୨୦୪୭ କାର୍ଯ୍ୟକ୍ରମର ଅପ୍ରେଲ ମାସରେ ଆୟୋଜନ କରାଯାଉଅଛି ।

ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀଙ୍କ ବିରାଟ ଲକ୍ଷ୍ୟ, ପଞ୍ଚପ୍ରାଣ ୧. ବିକଶିତ ଭାରତ, ୨.ଗୋଲାମୀର ମାନସିକତାରୁ ସମ୍ପୂର୍ଣ ଭାବେ ମୁକ୍ତ ହେବା ୩. ଆମର ଗୌରବଶାଳୀ ଅତୀତ ସମ୍ମାନ ଜଣାଇବା ୪. ଏକତା ଏବଂ ଏକ ଜୁଟତା (ଏକ ଭାରତ ଶ୍ରେଷ୍ଠ ଭାରତ) ପ୍ରତି ପ୍ରତିବଦ୍ଧତା ସୃଷ୍ଟି କରିବା ୫.ନାଗରିକ ମାନଙ୍କ ମଧ୍ୟରେ କର୍ତ୍ତବ୍ୟ ପ୍ରତି ଦାୟିତ୍ୱ ବୋଦ୍ଧତା ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଏହାର ସ୍ୱୟଂଶାସିତ ସଂଗଠନ ନେହେରୁ ଯୁବା କେନ୍ଦ୍ର ସଂଗଠନ (ଏନ୍‌ୱାଇକେଏସ୍‌), ନେତୃତ୍ୱରେ ସମଗ୍ର ପୁରୀ ଜିଲ୍ଲାରେ ସାମାଜିକ ସଂଗଠନ ମାଧ୍ୟମରେ “YUVA SAMVAD- India @ 2047” କାର୍ଯ୍ୟକ୍ରମ ୧ ଏପ୍ରିଲରୁ ୩୧ ମଇ, ୨୦୨୩ ପର୍ଯ୍ୟନ୍ତ ଆୟୋଜନ କରିବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ବିଭିନ୍ନ ସିବିଏସ୍ଇ (କମ୍ୟୁନିଟି-ଆଧାରିତ ଯୁବ ସଂଗଠନ)ର ସହଯୋଗରେ ଆୟୋଜନ କରାଯିବାକୁ ଯୋଜନା କରାଯାଇଛି, ଯେଉଁମାନେ ଜିଲ୍ଲା ଏନ୍‌ୱାଇକେଏସ୍‌ ସହିତ ହାତ ମିଳାଇ ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ ଉପରେ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବେ ।

ଏହି କାର୍ଯ୍ୟକ୍ରମରେ ଭାରତର ପ୍ରାଚୀନ ଐତିହ୍ୟ ଏବଂ ଗାରିମାମୟ ଉପଲବ୍ଧି ସମ୍ପର୍କରେ ବିଶେଷ ଜ୍ଞାନ ଥିବା ବ୍ୟକ୍ତିମାନେ ଯୋଗଦେଇ ପଞ୍ଚପ୍ରାଣ ଉପରେ ଆଲୋଚନାକୁ ଆଗେଇ ନେବେ ଏବଂ ଅଂଶଗ୍ରହଣକାରୀ ଯୁବକମାନଙ୍କ ପାଇଁ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ ।

ଆବେଦନ କରିବାକୁ ଚାହୁଁଥିବା ଯୁବ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଯେଉଁମାନଙ୍କର କି କାର୍ଯ୍ୟକ୍ରମ ପରିଚାଳନାର ଯଥେଷ୍ଟ ସାଂଗଠନିକ ଶକ୍ତି ଏବଂ ଅଭିଜ୍ଞତା ଅଛି, ସେମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ, ସେମାନେ ଯୟଶଙ୍କର ଯୋଶୀ, ଜିଲ୍ଲା ଯୁବ ଅଧିକାରୀ, ନେହେରୁ ଯୁବ କେନ୍ଦ୍ର ସଂଗଠନ, ପୁରୀ, ମୋ: ୭୦୦୮୭୩୫୫୬୩ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

twenty + 9 =