pakka

ଭାରତୀୟ କିଷାନ ସଂଘର ଜାମଗାଁଠାରେ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ଜାମଗାଁଠାରେ ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ରାଧାକୃଷ୍ଣ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ପ୍ରରୋଚନାରେ ଶ୍ରୀକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତହିଁର ମୁଖ୍ୟ ଅତିଥି ଭାବେ ଭାରତୀୟ କିଷାନ ସଂଘର ପ୍ରାନ୍ତ ପ୍ରଚାରକ ଶ୍ରୀନିବାସ ଜୀ ଉପସ୍ଥିତ ଥିଲେ ଓ ମୁଖ୍ୟ ବକ୍ତା ଭାବରେ ଭାରତୀୟ କିଷାନ ସଂଘର ଜିଲ୍ଲା ସଭାପତି ରାମ ଚନ୍ଦ୍ର ବିଶ୍ୱାଳ ଉପସ୍ଥିତ ଥିଲେ । ଜିଲ୍ଲା ତରଫରୁ ଆଶୁତୋଷ ବିଶ୍ୱାଳ କୋଷାଧ୍ୟକ୍ଷ, ବ୍ଲକର ମୁଖ୍ୟବକ୍ତା ପ୍ରଶାନ୍ତ ଡାଙ୍ଗ ଉପସ୍ଥିତ ଥିଲେ । ଭାରତୀୟ କିଷାନ ସଂଘ ଏକ ଅଣରାଜନୈତିକ ସଂଗଠନ ଓ ଗ୍ରାମ, ବ୍ଲକ ଓ ଜିଲ୍ଲା ସ୍ତରରେ ତହିଁର ଭୂମିକା ବିଶେଷ ସ୍ତରରେ ଅଛି । ସମାଜକୁ ସଂସ୍କାର, ସଂସ୍କୃତି ଆଣିପାରିବ ଓ ସଂଗଠନ ମାଧ୍ୟମରେ କୃଷକର ସମସ୍ୟା ସମାଧାନ ହେବା ସଙ୍ଗେ ସଙ୍ଗେ ଶୃଙ୍ଖଳିତ ଭାବଧାରା ତଥା କୃଷକର ଜୀବନର ମାନଦଣ୍ଡ ଓ ଲାଭକାରୀ ମୂଲ୍ୟ ପାଇଁ ଲଢେଇ ଅନବରତ ଲାଗି ରହିବ । ଜୈବିକ କୃଷିକୁ ପ୍ରାଧାନ୍ୟ ଦେବା ସହିତ ବିଷମୁକ୍ତ ଖାଦ୍ୟ ବ୍ୟବହାର ପାଇଁ ଶ୍ରୀନିବାସ ଜୀ ଉଦ୍‌ବୋଧନ ଦେଇଥିଲେ । ଗାଈ ଠାରୁ ବିଶେଷ ଉପକାର ବାବଦରେ ବିସ୍ତୃତ ବର୍ଣ୍ଣନା କରିଥିଲେ । ଭାରତୀୟ କିଷାନ ସଂଘର ଭାବଧାରାରେ ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ଚାଷୀ, ଶିକ୍ଷକ, ଡାକ୍ତର, ବୁଦ୍ଧିଜୀବୀ ମହଲରେ ଆଲୋଚନା ସହ କର୍ତ୍ତବ୍ୟ ରହିଛି । ଏହା କୃଷକର ସଂଗଠନ, କୃଷକ ଦ୍ୱାରା ଗଠନ, କୃଷକ ପାଇଁ ଗଠିତ ଏହି ସଂଗଠନ । ଭାରତୀୟ କିଷାନ ସଂଘ ଚାଷୀ ପାଇଁ ଲଢେଇ ତ ଅନବରତ । ଆଗାମୀ ୦୪.୦୩.୨୦୨୩ ଶନିବାର ଦିନ ସମସ୍ତ ସ୍ତରରେ ଗ୍ରାମ୍ୟ, ବ୍ଲକ, ଜିଲ୍ଲା, ପ୍ରଦେଶରେ ଭାରତୀୟ କିଷାନ ସଂଘର ପ୍ରତିଷ୍ଠା ଦିବସ ପାଳନ ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ବ୍ଲକର ବିଭିନ୍ନ ସମସ୍ୟା ନେଇ ଦାବୀପତ୍ର ଦେବା ପାଇଁ ବ୍ଲକ ସଭାପତି ଓ ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସ୍ତାବ ମାନ ଆଣିଥିଲେ ।

Leave A Reply

Your email address will not be published.

three − two =