oom

କଫ ସିରପ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ କଲା ଖପ୍ରାଖୋଲ ପୋଲିସ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପୋଲିସ ଚଢ଼ାଉ କରି ବେଆଇନ କଫ ସିରପ୍ ଚୋରା ଚାଲାଣ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ତୁରେକେଲା ଥାନା ମଲିକଦରୋ ଗ୍ରାମର ତ୍ରିନାଥ ରଣା (୪୫) ବୋଲି ପୋଲିସ ସୂଚନା ଦେଇଛି । ଗତ ଜୁନ ମାସ ୧୬ ତାରିଖ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ବଡ଼ଗୁର୍ଜିଭଟା ନିକଟସ୍ଥ ବ୍ରିଜ ନିକଟରେ ବେଆଇନ ଭାବେ କଫ ସିରପ ଚାଲାଣ ହେଉଥିବା ଖବର ପାଇ ପୋଲିସ ମାଡି ବସିଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଲାଠୋର ଥାନା ଅନ୍ତର୍ଗତ ଜାମଚୁଆଁ ଗ୍ରାମର କମଳ କାନ୍ତ ଖମାରୀ (୪୦), ଜଗନ୍ନାଥ ଶବର(୨୮) ଶାହାଯପାଣି ଗ୍ରାମର ଧୋବା ମେହେର(୩୪) ଏବଂ ତୁରକେଲା ଥାନା ଅନ୍ତର୍ଗତ ମହନିଲହ ଗ୍ରାମର ଧୁବଳେଶ୍ୱର ସାହୁ ଏମାନଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧୦୦ ବୋତଲ କଫ ସିରଫ ସହ ଦୁଇଟି ବାଇକ, ନଗଦ ୧୪୦୦ ଟଙ୍କା, ନିଶା ବଟିକା ଜବତ କରିଥିବା ବେଳେ ମୁଖ୍ୟ ଆସାମୀ ତୁରକେଲା ଥାନା ମଲିକଦରୋ ଗ୍ରାମର ତ୍ରିନାଥ ରଣା ଫେରାର ଥିଲା । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୯୪/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବେଳେ ଫେରାର ଅଭିଯୁକ୍ତ ନିଜ ଗାଁ ମଲିକଦରୋ ନିକଟସ୍ଥ ମାଗୁର ଜଙ୍ଗଲରେ ମାସେରୁ ଉର୍ଦ୍ଧ୍ଵ ହେବ ଲୁଚିକି ରହିଥିବା ବେଳେ ଖପ୍ରାଖୋଲ ପୋଲିସ ଟିମ୍‌ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.