୧୫୦ ବୋତଲ କଫ ସିରଫ ଜବତ ସହ ଜଣେ ଗିରଫ

ସିନାପାଲି, (ନିରାକାର ମେହେର) : ପଶ୍ଚିମ ଓଡ଼ିଶାରେ ବେଧଢକ ଚାଲିଛି ବେଆଇନ କଫ୍‌ ସିରପ କାରବାର । ଏହି ବେଆଇନ କଫ୍ ସିରଫ୍ କାରବାରରେ ଗତକାଲି ନୂଆପଡା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ୧୫୦ ବୋତଲ କଫ ସିରଫ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗିରଫ୍ ଯୁବକ ସ୍ଥାନୀୟ କୋମନାର ଗିତାକୃଷ୍ଣ ସରାଫ ବୋଲି ଜଣାପଡିଛି । ଗତକାଲି ତାଙ୍କୁ କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ଏସ୍‌ଆଇ ଗଦାଧର ମହାରଣା କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗତକାଲି ସକାଳୁ ସିନାପାଲି ଅବକାରୀ ବିଭାଗର କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ଖଡିଆଳ-ବୋଡେନ ରାସ୍ତାର ପଲସଦା ଛକ ନିକଟରେ ଜଣେ ଯୁବକ ବସ୍ତା ଧରି ଛିଡା ହୋଇଥିଲେ । ଯୁବକ ଉପରେ ସନ୍ଦେହ କରି ପଚରା ଉଚରା କରି ତଲାସି କଲାପରେ ବସ୍ତା ଭିତରୁ ୧୫୦ ଗୋଟି ଏସକଫ୍ ନାମକ କଫ୍ ସିରଫ ବାହାରିଥିଲା । ବେଳେ ତଦନ୍ତ କରି ଯୁବକଙ୍କୁ ଏକ ମାମଲା ରୁଜୁକରି ଯୁବକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି । ଅନେକ ଦିନ ହେଲା ଜିଲ୍ଲାରେ କୋରେକ୍ସ କାରବାର ବନ୍ଦ ରହିଥିବା ବେଳେ ପୁଣି ଥରେ କୋରେକ୍ସ ବେପାରି ସକ୍ରିୟ ରହିଥିବା ଜଣାପଡିଛି ବୋଲି ଏସ୍‌ଆଇ କହିଛନ୍ତି ।

Leave A Reply

Your email address will not be published.

5 − 2 =

error: Content is protected !!