jsm

ଗାଁରେ କରୋନା ସଚେତନ କଲେ ସ୍ୱେଚ୍ଚାସେବୀ

csstore

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କତରଲଗା ଗ୍ରାମର ଯୁବଗୋଷ୍ଠୀ ମାନଙ୍କ ଦ୍ୱାରା କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍‌ଷ୍ଠିତ ହୋଇଯାଇଛି । କରୋନାର ଦ୍ଵିତୀୟ ଲହର ଏବେ ବଲାଙ୍ଗିର ଜିଲ୍ଲାରେ ତାର କାୟା ବିସ୍ତାର କରୁଥିବା ବେଳେ ଗାଁମାନଙ୍କରେ ମଧ୍ୟ କରୋନା ପ୍ରବେଶ କରିସାରିଲାଣି । ଏହାକୁ ଦୃଷ୍ଟିରେ ରଖି କତରଲଗା ଗ୍ରାମର ସ୍ୱେଚ୍ଚାସେବୀ ଯୁବକମାନେ କତରଲଗା ଗାଁ ସହ ବଘୁଆବାହାଲ, ସାଇବିନ୍ଧା ଗାଁରେ ଡାକବାଜି ଯୋଗେ ସଚେତନତା କରିବା ସହ ଜନଗହଳି ସ୍ଥାନ, ନଳକୂପ ମାନଙ୍କ ଠାରେ ସନିଟାଇଜ କରିଥିବା ବେଳେ ଏଥିରେ ବନମାଳି ନାଏକ, ଉମେଶ କୁମାର ବନଗୁଲା, ଏକାଦଶୀ ନାଗ, ଶିବସୁନ୍ଦର ରାଉତ, ଚୂଡ଼ାମଣି ଠାକୁର, ଟୁନା ବନଗୁଲା ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.