jayashree

ବଲାଙ୍ଗିର ଜିଲ୍ଲାରେ ୨୯ ନୂଆ ଆକ୍ରାନ୍ତ ଚିହ୍ନଟ : ଖପ୍ରାଖୋଲ ବ୍ଲକରେ ସର୍ବାଧିକ ୧୫ ଜଣ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖପ୍ରାଖୋଲ ବ୍ଲକରେ ସର୍ବାଧିକ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ୨ ଜଣ ଏବଂ ୱାର୍ଡ ନଂ.୧ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ବଲ୍‌ଢା ଗ୍ରା.ପ.ରୁ ଜଣେ ଏବଂ ସିନ୍ଧେକେଲା ଗ୍ରା.ପ.ରୁ ୨ ଜଣ, ଦେଓଗାଁ ବ୍ଲକ ଉପରଝର ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ. ୧୫ରୁ ଜଣେ, ଖପ୍ରାଖୋଲ ବ୍ଲକ ଟଙ୍କପାଣି ଏବଂ ରେଙ୍ଗାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ଲାଠୋର ଗ୍ରା.ପ.ରୁ ୩ ଏବଂ ବାଘମୁଣ୍ଡା ଗ୍ରା.ପ.ରୁ ୧୦ ଜଣ, ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ଗ୍ରା.ପ.ରୁ ଜଣେ, ପୁଇଁନ୍ତଲା ବ୍ଲକ ବହଲପଦର ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ବେଲଗାଁ ଗ୍ରା.ପ.ରୁ ଜଣେ, ଟିଟିଲାଗଡ ବ୍ଲକ ଅଦାବାହାଲ ଗ୍ରା.ପ.ରୁ ଜଣେ ଏବଂ ତୁରେକେଲା ବ୍ଲକ ତୁରେକେଲା ଗ୍ରା.ପ. ଏବଂ ବଡବାଙ୍କି ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.