୭ ଶହରୁ ବି ତଳକୁ ଖସିଲା ଆଜିର ଆକ୍ରାନ୍ତଙ୍କ ସଂଖ୍ୟା : ଆଜିି ଓଡ଼ିଶାରୁ ୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୭ ଶହରୁ ବି ତଳକୁ ଖସିଥିବା ଦେଖିବାକୁ ମିଳିଛି । ଓଡ଼ିଶାରୁ ଆଜି ୬୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୭୧ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୨୭୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୯, ବାଲେଶ୍ୱରରୁ ୧୩, ବରଗଡ଼ରୁ ୧୪, ଭଦ୍ରକରୁ ୯, ବଲାଙ୍ଗିରରୁ ୩୨, ବୌଦ୍ଧରୁ ୩, କଟକରୁ ୩୮, ଦେବଗଡ଼ରୁ ୩, ଢେଙ୍କାନାଳରୁ ୬, ଗଜପତିରୁ ୩, ଗଂଜାମରୁ ୭, ଜଗତସିଂହପୁରରୁ ୨୭, ଯାଜପୁରରୁ ୧୭, ଝାରସୁଗୁଡ଼ାରୁ ୨୬, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୨୯, କେଉଁଝରରୁ ୩୭, ଖୋର୍ଦ୍ଧାରୁ ୭୩, କୋରାପୁଟରୁ ୧, ମାଲକାନଗିରିରୁ ୧୬, ମୟୁରଭଂଜରୁ ୫୯, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୯, ନୂଆପଡ଼ାରୁ ୯, ପୁରୀରୁ ୩୪, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୫, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୬୨ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୩୧୦୦୫୨ ଜଣ ସମୁଦାୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯୯୧୫୯ ଜଣ ସୁସ୍ଥ ହୋଇ ସାରିଛନ୍ତି । ମାତ୍ର ୯ ହଜାର ୨ ଶହ ୮୦ ଜଣ ଏବେ ଏକ୍‌ଟିଭ୍‌ ପଜିଟିଭ୍‌ ରହିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.