ଗତ ୨୪ ଘଂଟାରେ ଓଡ଼ିଶାରେ ୧୯୦୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୯୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୧୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୭୮୯ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୯, ବାଲେଶ୍ୱରରୁ ୯୦, ବରଗଡ଼ରୁ ୩୫, ଭଦ୍ରକରୁ ୧୯, ବଲାଙ୍ଗିରରୁ ୬୬, ବୌଦ୍ଧରୁ ୨୪, କଟକରୁ ୧୧୧, ଦେବଗଡ଼ରୁ ୨୧, ଢେଙ୍କାନାଳରୁ ୫୦, ଗଜପତିରୁ ୨, ଗଂଜାମରୁ ୩୯, ଜଗତସିଂହପୁରରୁ ୭୩, ଯାଜପୁରରୁ ୪୯, ଝାରସୁଗୁଡ଼ାରୁ ୫୧, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୧୦୬, କେଉଁଝରରୁ ୫୬, ଖୋର୍ଦ୍ଧାରୁ ୨୨୧, କୋରାପୁଟରୁ ୩୬, ମାଲକାନଗିରିରୁ ୩୦, ମୟୁରଭଂଜରୁ ୯୩, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୩୨, ନୂଆପଡ଼ାରୁ ୧୨୮, ପୁରୀରୁ ୪୯, ରାୟଗଡ଼ାରୁ ୧୭, ସମ୍ବଲପୁରରୁ ୪୪, ସୋନପୁରରୁ ୭୩, ସୁନ୍ଦରଗଡ଼ରୁ ୧୦୦, ଷ୍ଟେଟ୍‌ ପୁଲ୍‌ ୪୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.