oom

ଗତ ୨୪ ଘଂଟାରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଡେଇଁଲା : ୪୧୯୮ ପଜିଟିଭ୍‌ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଡେଇଁ ଯାଇଥିବା ବେଳେ ଓଡ଼ିଶାରେ ୪୧୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୭୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୭୨୨ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୮, ବାଲେଶ୍ୱରରୁ ୧୩୦, ବରଗଡ଼ରୁ ୯୫, ଭଦ୍ରକରୁ ୫୩, ବଲାଙ୍ଗିରରୁ ୧୯୭, ବୌଦ୍ଧରୁ ୧୯, କଟକରୁ ୩୬୭, ଦେବଗଡ଼ାରୁ ୩୪, ଢେଙ୍କାନାଳରୁ ୮୦, ଗଜପତିରୁ ୧୪, ଗଂଜାମରୁ ୪୪, ଜଗତସିଂହପୁରରୁ ୯୭, ଯାଜପୁରରୁ ୧୫୬, ଝାରସୁଗୁଡ଼ାରୁ ୯୫, କଳାହାଣ୍ଡିରୁ ୯୩, କନ୍ଧମାଳରୁ ୭୮, କେନ୍ଦ୍ରାପଡ଼ାରୁ ୧୪୩, କେଉଁଝରରୁ ୬୩, ଖୋର୍ଦ୍ଧାରୁ ୭୫୮, କୋରାପୁଟରୁ ୯୯, ମାଲକାନଗିରିରୁ ୨୨, ମୟୁରଭଂଜରୁ ୧୩୩, ନବରଙ୍ଗପୁରରୁ ୯୮, ନୟାଗଡ଼ରୁ ୪୩, ନୂଆପଡ଼ାରୁ ୧୧୬, ପୁରୀରୁ ୩୧୦, ରାୟଗଡ଼ାରୁ ୧୩୬, ସମ୍ବଲପୁରରୁ ୧୩୦, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୧୯୫, ଷ୍ଟେଟ୍‌ ପୁଲ୍‌ ୨୧୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୫୫୦୦୫ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୮୬୪୨ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

jittmm
Leave A Reply

Your email address will not be published.