ରିୟା ଡଗ୍ସ ମାମଲାରେ ଏନ୍‌ସିବିର ତନାଘନା ତଦନ୍ତ

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତରେ ଡ୍ରଗ୍‌ସ ଏଙ୍ଗଲ୍‌ର ଯାଂଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ତନାଘନା ଚାଲିଛି । ଆଜି ଏନ୍‌ସିବିର ଟିମ୍‌ ଡ୍ରଗ୍ସ ପୈଡ଼ଲର୍‌ ସୂର୍ଯ୍ୟଦୀପ ମାଲହୋତ୍ରାଙ୍କ ଘର ଉପରେ ଚଢାଉ କରିଛି । ତେବେ ସୂର୍ଯ୍ୟଦୀପ, ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୋବିକ୍‌ର ସ୍କୁଲ ସାଥୀ ହୋଇଥିବା ବେଳେ ତାଙ୍କର କିଛି ଚାଟିଂ ସାମ୍ନାକୁ ଆସିଛି । ଆଉ କିଛି ସମୟ ପରେ ସୂର୍ଯ୍ୟଦୀପଙ୍କୁ ଏନ୍‌ସିବି କାର୍ଯ୍ୟାଳୟକୁ ବି ଅଣା ଯାଇପାରେ । ଅନ୍ୟପକ୍ଷରେ ରିୟା ଚକ୍ରବର୍ତ୍ତୀ ଓ ବଲିଉଡ଼୍‌ ଡ୍ରଗ୍ସ କନେକ୍‌ସନ୍‌ରେ ଧରାପଡ଼ିଥିବା ୭ ଡ୍ରଗ୍ସ ପୈଡ଼ଲର୍‌ଙ୍କୁ ଆଜି ଏସିଏମ୍‌ଏମ୍‌ କୋର୍ଟରେ ପେଶ୍‌ କରାଯିବ । ସମସ୍ତ ଅଭିଯୁକ୍ତଙ୍କ ମେଡିକାଲ ଟେଷ୍ଟ ପାଇଁ ନିଆଯାଉଛି । ୭ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଗୋଆରୁ ଗିରଫ୍‌ ହୋଇଥିବା ବେଳେ କରମଜିତ ସିଂହ ଆନନ୍ଦ ଉର୍ଫ କେଜେ, ଡ୍ୱେନ୍‌ ଫର୍ଣ୍ଣାଡ଼ିସ୍‌, ସଙ୍କେତ ପଟେଲ, ଅଙ୍କୁଶ ଅରଜେଙ୍କା, ସଂଦୀପ ଗୁପ୍ତା, ଆଫତାବ ଫତେ ଅଂସାରୀ ଏବଂ କ୍ରିସ୍‌ କୋଷ୍ଟାଙ୍କୁ ଆଜି ପେଶ୍‌ କରାଯିବାର କାର୍ଯ୍ୟକ୍ରମ ରହିଛି ।

jittmm
Leave A Reply

Your email address will not be published.