‘ଟିକି କାଇଁଚ’ ତରଫରୁ ପଞ୍ଚମ ଅଧ୍ୟାୟ ଅନ୍‌ଲାଇନ୍‌ କୋଶଲୀ ଶିଶୁ କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶିଶୁ ପତ୍ରିକା ‘ଟିକି କାଇଁଚ’ ତରଫରୁ ପଞ୍ଚମ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ କୋଶଲୀ ଶିଶୁ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ ଚାରି ଜଣ କବି ଯୋଗ ଦେଇ ସ୍ୱରଚିତ କୋଶଲୀ ଶିଶୁ କବିତା ପାଠ କରିଥିଲେ । ଚାରି ଜଣ କବିଙ୍କୁ କୋଶଲୀ ଶିଶୁ ସାହିତ୍ୟ ସମ୍ପର୍କୀତ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ ମୁଖ୍ୟ ସମ୍ପାଦକ ଓ ସମ୍ପାଦକ । ଏଥିରେ ସୋନପୁରରୁ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଓ କୃପାସିନ୍ଧୁ ମହାକୁର ଯୋଗ ଦେଇଥିବା ବେଳେ ବଲାଙ୍ଗୀରରୁ ଭରତ ଧରୁଆ ଓ ରାଜେଶ ଦଣ୍ଡସେନା ଯୋଗ ଦେଇଥିଲେ । ରାଜେଶ ଦଣ୍ଡସେନା କବିତା ଗୁଡିକର ସଂଯୋଜନା କରିଥିଲେ । ଆଗକୁ ଟିକି କାଇଁଚର ଅନଲାଇନ୍ ସାହିତ୍ୟ କାର୍ୟ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଥିଲା। ମୁଖ୍ୟ ସମ୍ପାଦକ ମୀନକେତନ ବାରଲେବଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.