pakka

ରାଜ୍ୟରେ ଗତ ୨୪ ଘଂଟାରେ ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ ସଂଖ୍ୟା

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯ ହଜାର ୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୯୭୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୯୭୦୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୬୯୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୧୩୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧୪, ବାଲେଶ୍ୱରରୁ ୨୮୬, ବରଗଡରୁ ୧୭୨, ଭଦ୍ରକରୁ ୧୨୯, ବଲାଙ୍ଗିରରୁ ୨୮୮, ବୌଦ୍ଧରୁ ୧୨୦, କଟକରୁ ୭୭୪, ଦେବଗଡରୁ ୪୭, ଢେଙ୍କାନାଳରୁ ୯୫, ଗଜପତିରୁ ୮୮, ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୧୫୨, ଯାଜପୁରରୁ ୨୫୬, ଝାରସୁଗୁଡାରୁ ୧୬୮, କଳାହାଣ୍ଡିରୁ ୧୭୧, କନ୍ଧମାଳରୁ ୯୧, କେନ୍ଦ୍ରାପଡାରୁ ୯୯, କେଉଁଝରରୁ ୧୬୮, ଖୋର୍ଦ୍ଧାରୁ ୨୯୪୬, କୋରାପୁଟରୁ ୧୭୪, ମାଳକାନଗିରିରୁ ୫୬, ମୟୁରଭଞ୍ଜରୁ ୨୯୫, ନବରଙ୍ଗପୁରରୁ ୧୫୬, ନୟାଗଡରୁ ୨୯୨, ନୂଆପଡାରୁ ୧୭୩, ପୁରୀରୁ ୧୪୬, ରାୟଗଡାରୁ ୨୭୪, ସମ୍ବଲପୁରରୁ ୨୦୬, ସୁବର୍ଣ୍ଣପୁରରୁ ୧୧୭, ସୁନ୍ଦରଗଡରୁ ୧୧୩୪ ଓ ଷ୍ଟେଟ ପୁଲ୍‌ରୁ ୫୭୭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

1 × four =