csstore

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪

ବଲାଙ୍ଗିର, (କେପିଏନ୍‌ଏସ) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଳକ ଡୁଡ଼ୁକା ଗ୍ରା.ପ. ଓ ରୋତ ଗ୍ରା.ପରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ସଦେଇପାଲି ଗ୍ରା.ପ., ମନହୀରା ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୦, ୧୯, ୫ରୁ ୩ଜଣ ଲେଖାଏଁ, ୱାର୍ଡ ନମ୍ବର ୧୧, ୧୨, ୨୦, ୭ରୁ ୨ଜଣ ଲେଖାଏଁ, ୧୭,୧୪, ୩, ୯ରୁ ଜଣେ ଲେଖାଏଁ, ୱାର୍ଡ ନମ୍ବର ୧୮ରୁ ୫ଜଣ, ୱାର୍ଡ ନମ୍ବର ୨ରୁ ୯ଜଣ, ୱାର୍ଡ ନମ୍ବର ୪ରୁ ୭ଜଣ, କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନମ୍ବର ୧୪ରୁ ଜଣେ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ଜଣେ, ପୁଇଁନ୍ତଲା ବ୍ଲକ ଅଙ୍କରିଆପଦର ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୫ରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନମ୍ବର ୪ରୁ ଜଣେ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.