csstore

ଗତ ୨୪ ଘଂଟାରେ ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୫ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୭୩୬ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୬୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩, ବାଲେଶ୍ୱରରୁ ୨୮, ବରଗଡ଼ରୁ ୩, ଭଦ୍ରକରୁ ୧୩, କଟକରୁ ୭୪, ଦେବଗଡରୁ ୨, ଢେଙ୍କାନାଳରୁ ୭, ଗଜପତିରୁ ୧, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୨୯, ଯାଜପୁରରୁ ୨୮, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧୦, କେଉଁଝରରୁ ୩, କୋରାପୁଟରୁ ୪, ଖୋର୍ଦ୍ଧାରୁ ୨୭୪, ମୟୁରଭଂଜରୁ ୧୮, ନବରଙ୍ଗପୁରରୁ ୧, ନୟାଗଡରୁ ୪, ପୁରୀରୁ ୭, ରାୟଗଡାରୁ ୧, ସମ୍ବଲପୁରରୁ ୧୫, ସେନପୁରରୁ୧, ସୁନ୍ଦରଗଡରୁ ୬ ଓ ଷ୍ଟେଟ ପୁଲ୍‌ରୁ ୬୩ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.