ବଲାଙ୍ଗିର, (କେପିଏନ୍ଏସ୍) : ଦେଶରେ, ରାଜ୍ୟରେ ତଥା ବଲାଙ୍ଗିର ଜିଲ୍ଲାରେ କରୋନାର ଦ୍ୱିତୀୟ ତରଙ୍ଗ ଦୁର୍ବଳ ହେବାରେ ଲାଗିଛି । ସାରା ଜିଲ୍ଲାରେ ଆଜି ମାତ୍ର ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ବ୍ଲକ ଭୁଣ୍ଡିମୁହାଣ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ମହଲେଇ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ଏନ୍ଏସି ୱାର୍ଡ ନଂ.୯ରୁ ଜଣେ ଏବଂ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୨ ଓ ୮ରୁ ୨ ଜଣ ଲେଖାଏଁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।